ଆଉ ନ୍ୟାୟ ପାଇଁ ଦୌଡ଼ିବାକୁ ପଡ଼ିବନି ଦୂରକୁ, ସବୁ ବ୍ଲକରେ ହେବ ଗ୍ରାମ୍ୟ ନ୍ୟାୟାଳୟ

0

ଭୁବନେଶ୍ବର: ଆଉ ନ୍ୟାୟ ପାଇଁ ଦୌଡ଼ିବାକୁ ପଡ଼ିବନି ଦୂରକୁ। ଲୋକଙ୍କ ଘର ପାଖରେ ପହଞ୍ଚିବ ନ୍ୟାୟାଳୟ। ଏଣିକି ସବୁ ବ୍ଲକରେ ହେବ ଗ୍ରାମ୍ୟ ନ୍ୟାୟାଳୟ। ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ।

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘ଜଷ୍ଟିସ୍ ଆଟ ଡୋର ଷ୍ଟେପ୍’ ପଦକ୍ଷେପରେ ଏହା ପ୍ରମୁଖ ଭୂମିକା ନେବ। ଏଥିସହ ଏ ନେଇ ୬ଟି ଗ୍ରାମ୍ୟ ନ୍ୟାୟାଳୟ କାର୍ଯ୍ୟକ୍ରମ ଆରମ୍ଭ ହେଲାଣି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଭଳି ହେବା ଦ୍ବାରା ନ୍ୟାୟିକ ବ୍ୟବସ୍ଥା ଉପରେ ଅଧିକ ଭାର ପଡିବ ନାହିଁ। ତୃଣ ମୂଳ ସ୍ତରରେ ଘଟଣାର ସମାଧାନ ହୋଇପାରିଲେ ଲୋକଙ୍କୁ ତ୍ବରିତ ନ୍ୟାୟ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ଆଜି ଭୁବନେଶ୍ଵରରେ ଆଇନ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ଭାରତୀୟ ନ୍ୟାୟ ସଂହିତା(ବିଏନଏସ) ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ଜାଗୃତିକରଣ କାର୍ଯ୍ୟକ୍ରମ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ ଆଇନ ସମ୍ପର୍କରେ ରାଜ୍ୟବାସୀଙ୍କୁ ସଚେତନ କରାଇବା ସହ ନୂଆ ଆଇନ ବିଏନଏସ ଏବଂ ବିଏନଏସଏସ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ ରହିବେ ଦରକାର ବୋଲି ମତ ଦେଇଛନ୍ତି। ସେଥିଲାଗି ପ୍ରତି ବ୍ଲକରେ ନ୍ୟାୟାଳୟ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.

error: Content is protected !!