ଆଇଏମଡିର ‘ମୌସୁମୀ’ ଆକଳନ: ଏଥରକ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ

0

ନୂଆଦିଲ୍ଲୀ: ଡହ ଡହ ଖରା ମଧ୍ୟରେ ଆଶ୍ବସ୍ତି। ଚଳିତ ବର୍ଷ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଏହି ମଡେଲ୍ ଅନୁଯାୟୀ ଆକଳନ ୫ ପ୍ରତିଶତ କମ କିମ୍ବା ଅଧିକ ହୋଇପାରେ।

ଚଳିତ ବର୍ଷ ମୌସୁମୀ ବାୟୁ ଯୋଗୁ ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ। ଦେଶରେ ୧୦୬% ବର୍ଷା ହୋଇପାରେ। ଆକଳନ ଅନୁଯାୟୀ ଜୁନ୍‌ରୁ ସେପ୍ଟେମ୍ବର ଯାଏଁ ସମଗ୍ର ଦେଶରେ ସମୁଦାୟ ବୃଷ୍ଟିପାତ ୮୭ ସେଣ୍ଟିମିଟର ହାରାହାରି ୧୦୬ ପ୍ରତିଶତ ରହିବ। ୯୬-୧୦୪% ମଧ୍ୟରେ ବର୍ଷା ହେଲେ ଏହାକୁ ସ୍ୱାଭାବିକ ବୋଲି କୁହାଯାଏ। ମେ ମାସ ୨୦୨୪ ର ଶେଷ ସପ୍ତାହରେ ମୌସୁମୀ ବର୍ଷା ପାଇଁ ପରବର୍ତ୍ତୀ ପୂର୍ବାନୁମାନ ଜାରି କରିବ। ତେବେ ଆଇଏମଡିର ସୂଚନା ଅନୁଯାୟୀ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଅଧିକ ବର୍ଷା ହୋଇପାରେ।

Leave A Reply

Your email address will not be published.

error: Content is protected !!