ରେକର୍ଡ ଭାଙ୍ଗୁଛି ତାତି: ଏବର୍ଷ ହିଟ୍‌ୱେଭ୍‌ରେ ଗଲାଣି ୧୪ ଦିନ, ୨୦୨୩ରେ ଥିଲା ୧୭ ଦିନ

You are currently viewing ରେକର୍ଡ ଭାଙ୍ଗୁଛି ତାତି: ଏବର୍ଷ ହିଟ୍‌ୱେଭ୍‌ରେ ଗଲାଣି ୧୪ ଦିନ, ୨୦୨୩ରେ ଥିଲା ୧୭ ଦିନ

ଭୁବନେଶ୍ବର: ଚଳିତବର୍ଷ ରାଜ୍ୟରେ ଖରା ଯୋଗୁ ହାହାକାର ସ୍ଥିତି ଲାଗି ରହିଛି। ଆଗକୁ ବି ଆହୁରି କିଛି ଦିନ ଏଭଳି ପାଣିପାଗ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଗତ ୧୦ ଦିନ ହେଲା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ(ହିଟ୍‌ୱେଭ୍‌)। ଏପ୍ରିଲରେ ଓଡ଼ିଶାରେ ସ୍ବାଭାବିକ ଭାବେ ୧ରୁ ୩ ଦିନ ହିଟ୍‌ୱେଭ୍‌ ଅନୁଭୂତ ହେଉଥିବା ବେଳେ ଏଥର ସବୁ ରେକର୍ଡ ଭାଙ୍ଗିଛି। ଏପ୍ରିଲ ୨୬ ତଥା ଆଜି ସୁଦ୍ଧା ଚଳିତ ମାସରେ ୧୨ ଦିନ ଲଗାତାର ଗ୍ରୀଷ୍ମ ପ୍ରବାହ ହୋଇଛି।

ସୂଚନା ମୁତାବକ, ଏପ୍ରିଲ ୫ ଓ ୬ରେ ପ୍ରଥମ ପର୍ଯ୍ୟାୟ ହିଟ୍‌ୱେଭ୍‌ ହୋଇଥିବା ବେଳେ ଏପ୍ରିଲ ୧୫ରୁ ଏପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ହିଟ୍‌ୱେଭ୍‌ ଜାରି ରହିଛି। ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହିଟ୍‌ୱେଭ୍‌ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁଯାୟୀ ଗ୍ରୀଷ୍ମ ସିଜିନ୍‌ରେ ଓଡ଼ିଶାରେ ୧୧ଟି ହିଟ୍‌ୱେଭ୍‌ ଦିନ ରହିଥାଏ। ୨୦୨୩ରେ ତାହା ୧୭ ଦିନରେ ପହଞ୍ଚିଥିଲା। ତେବେ ଚଳିତ ମାସ ଶେ‌ଷ ହେବାକୁ ଆହୁରି ୪ ଦିନ ବାକି ଥିବାରୁ ଏଥର ସବୁ ରେକର୍ଡ ଭାଙ୍ଗିବାର ଆଶଙ୍କା ପ୍ରକାଶ ପାଇଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।

Share

Leave a Reply