ଘୋଷଣା ହେଲା ଖରା ଛୁଟି, ଏଥର ପିଲାଙ୍କୁ ମିଳିବ ମାତ୍ର ୧୦ ଦିନ ଗ୍ରୀଷ୍ମକାଳୀନ ଅବକାଶ

You are currently viewing ଘୋଷଣା ହେଲା ଖରା ଛୁଟି, ଏଥର ପିଲାଙ୍କୁ ମିଳିବ ମାତ୍ର ୧୦ ଦିନ ଗ୍ରୀଷ୍ମକାଳୀନ ଅବକାଶ

ଭୁବନେଶ୍ୱର/ଅନୁଗୁଳ: ଘୋଷଣା ହେଲା ଖରା ଛୁଟି। ଏଥରକ ଆଉ ଦେଢ଼ ମାସ ନୁହେଁ ବରଂ ମାତ୍ର ୧୦ ଦିନ ହିଁ ସ୍କୁଲ ପିଲାଙ୍କୁ ମିଳିବ ଖରା ଛୁଟି। ଚଳିତବର୍ଷ ଜୁନ୍ ୬ ରୁ ଜୁନ୍ ୧୬ ତାରିଖ ଯାଏଁ ଗ୍ରୀଷ୍ମକାଳୀନ ଛୁଟି ପ୍ରଦାନ କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଗଣ ଶିକ୍ଷା ବିଭାଗ ମୁତାବକ, କରୋନା ମହାମାରୀ ଯୋଗୁ ଦୁଇ ବର୍ଷ ହେଲାଣି ପିଲାଙ୍କ ପାଠପଢା ଠିକ ଭାବେ ହୋଇପାରିନାହିଁ। ଏଣୁ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଲର୍ଣ୍ଣିଂ ରିକଭରୀ ପ୍ଲାନ ବା ଶିକ୍ଷା ଉପଯୋଗୀ ପନ୍ଥା ଗ୍ରହଣ କରାଯାଇଛି, ଯାହା ସକାଳୁଆ କ୍ଲାସରେ କାର୍ଯ୍ୟକାରୀ କରାଯିବ ବୋଲି ବିଭାଗ କହିଛି।

ପ୍ରକାଶ ଯେ ମେ’ ପହିଲାରୁ ଜୁନ୍ ୫ ତାରିଖ ଯାଏ ସକାଳ ୬ଟାରୁଟା ୯ଟା ଯାଏ ପାଠ ପଢା ହେବ। ପିଲାମାନଙ୍କୁ ସ୍କୁଲରେ ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ଆସନ୍ତା ଏପ୍ରିଲ ୨୦ରୁ ୩୦ ତାରିଖ ମଧ୍ୟରେ ନୂଆ ଆଡମିଶନ୍ ଓ ରିଆଡମିଶନ ହେବ।
ଅନ୍ୟପଟେ ବିଏସଇ ନିର୍ଦ୍ଦେଶାବଳୀ ଅନୁଯାୟୀ ଯେଉଁ ନବମ ଶ୍ରେଣୀ ଛାତ୍ରଛାତ୍ରୀ ସମ୍ମିଟିଭ୍ ଟୁ ପରୀକ୍ଷା ଦେଇଥିବେ, ସେମାନଙ୍କ ପରୀକ୍ଷା ଫଳ ମେ ୧୦ ତାରିଖ ମଧ୍ୟରେ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share

Leave a Reply