ପ୍ରଚୁର ମଦ ପିଇ ପିଲାଙ୍କୁ ପିଟିଲା ମଟର ସାଇକେଲ, ୩ ଶିଶୁ ଗୁରୁତର

You are currently viewing ପ୍ରଚୁର ମଦ ପିଇ ପିଲାଙ୍କୁ ପିଟିଲା ମଟର ସାଇକେଲ, ୩ ଶିଶୁ ଗୁରୁତର

ଅନୁଗୁଳ: ଜରପଡା ଥାନା ଅନ୍ତର୍ଗତ ମୁଣ୍ଡା ସହି ଛକ ନିକଟରେ ବାଇକ ଧକ୍କାରେ ତିନି ଜଣ ଶିଶୁ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଶିଶୁମାନେ ହେଲେ କଞ୍ଜରା ମୁଣ୍ଡାସାହିର ବାପୁନ୍ ବେହେରାଙ୍କ ପୁଅ ଅର୍ଜୁନ ବେହେରା (୧୨), ରାଜୁ ବେହେରାଙ୍କ ପୁଅ ରଞ୍ଜିତ ବେହେରା (୧୦) ଓ କୁଳମଣି ବେହେରାଙ୍କ ପୁଅ ସତ୍ୟ ବେହେରା (୧୨)।

ସୂଚନା ମୁତାବକ, ୩ ଜଣ ପିଲା ଚୁଟି କାଟିବାକୁ ଯାଉଥିବା ସମୟରେ ଏକ ମୋଟର ସାଇକେଲ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ତିନି ଜଣ ଶିଶୁ ଗୁରୁତର ହୋଇ ରାସ୍ତା କଡକୁ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ୧୦୮ ରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅର୍ଜୁନ ଓ ରଞ୍ଜିତଙ୍କର ଗୋଡ଼ ଭାଙ୍ଗି ଥିବା ବେଳେ ସତ୍ୟଙ୍କର ଜଂଘ ଏବଂ ଛାତିରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି। ଦୁର୍ଘଟଣା ଘଟାଇଥିବା ବାଇକ୍ ଚାଳକ ପ୍ରଚୁର ମଦ୍ୟ ପାନ କରି ଦୁର୍ଘଟଣା ଘଟାଇ ଥିବା ସୂଚନା ମିଳିଛି।

Share

Leave a Reply