ଜଂଘିଆ ଭିତରେ ତିନି ହଜାର ଟଙ୍କାର ସାମଗ୍ରୀ,ଯୁବକ ଅଟକ

0

ଅନୁଗୁଳ: ଅନୁଗୁଳର ଏସ୍ ଏସ୍ ମାର୍ଟରୁ ଚୋରି ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଅଟକ ରଖିଛି । ସଂପୃକ୍ତ ଯୁବକ ଉତ୍ତରପ୍ରଦେଶ ରାଜଗାଁଓର ରାନୁ ସିଂହ (୪୫) ବୋଲି ଜଣାପଡ଼ିଛି । ସେ ପ୍ରାୟ ୩ ହଜାର ଟଙ୍କାର ସାମଗ୍ରୀ ପ୍ୟାଣ୍ଟ୍ ଭିତରେ ଲୁଚାଇ ଖସିଯିବାକୁ ଉଦ୍ୟମ କରି ଧରାପଡ଼ିଥିଲେ ।ପୁଲିସ ସୂତ୍ରରୁ ପ୍ରକାଶ ଯେ, ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳେ ରାନୁ ଏସ୍ଏସ୍ ମାର୍ଟ ଆସିଥିଲେ ସଉଦା କିଣିବାକୁ । ତେବେ ସେ ସାବୁନ୍, ସାମ୍ପୁ, କଣ୍ଡିସନର ଆଦି ପ୍ରାୟ ୩ ହଜାର ଟଙ୍କାର ସାମଗ୍ରୀ ଜଂଘିଆ ଭିତରେ ପୂରାଇ ନେଇଯିବାକୁ ଉଦ୍ୟମ କରିଥିଲେ । କର୍ମଚାରୀ ଜାଣିବା ପରେ ତାଙ୍କଠାରୁ ସାମଗ୍ରୀ ଉଦ୍ଧାର କରିବା ସହ ଅଟକ ରଖି ପୁଲିସକୁ ଜଣାଇଥିଲେ । ଏ ନେଇ ଏହି ବ୍ୟବସାୟିକ ସଂସ୍ଥାର କର୍ମଚାରୀ ସୋମ ସାମନ୍ତରାୟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ କେସ୍ ରୁଜୁ କରି ତଦନ୍ତ ଚଳାଇଥିଲା ।

Leave A Reply

Your email address will not be published.

error: Content is protected !!