CADLAB

ବିନ୍ଦଲରୁ ଚୋରି ହୋଇଥିବା ଜିନିଷ ଜବତ : ୪ ଗିରଫ

0

ଅନୁଗୁଳ: ତାଳଚେର ଥାନା ଅନ୍ତର୍ଗତ ବିନ୍ଦଲ କମ୍ପାନୀରୁ ଚୋରି ହୋଇଥିବା ଜିନିଷ ଉଦ୍ଧାର କରାଯିବା ସହ ଏହି ଘଟଣାରେ ୪ଜଣଙ୍କୁ ଗରିଫ କରାଯାଇଛି । ସେମାନେ ହେଲେ ସୁନାଖଣି ଗ୍ରାମର ଡାକ୍ତର ପ୍ରଧାନ (୪୦), ଏକଘରିଆ ଗ୍ରାମର ଟେରା ଓରଫ ରଂଜନ ବେହେରା (୫୦), କଇରୁ ଓରଫ ରାଜୁ ଓରଫ ରାଜେନ୍ଦ୍ର ବେହେରା (୩୫) ଓ କାଳିଆ ଓରଫ ସୁଦର୍ଶନ ବେହେରା (୩୦) । ଗୁରୁବାର ମଧ୍ୟାହ୍ନ ସମୟରେ ଏହି ୪ଜଣ ବିନ୍ଦଲ କମ୍ପାନୀରୁ ପୁରୁଣା ଲୁହା, କପର ତାର ଚୋରି କରିନେଇଯାଇଥିଲେ । ଏହି ଘଟଣା ଜାଣିବାପରେ ଆଇ.ଆଇ.ସି ସତ୍ୟବ୍ରତ ରାଉତ, ଏସ୍‌.ଆଇ. ମନୋହର ପାତ୍ର ଓ ତାଳଚେର ଥାନା ପୋଲିସ୍ ବିଭିନ୍ନ ଜାଗାରେ ଚଢାଉ କରି ଚୋରମାନଙ୍କୁ ଧରିଥିଲେ । ସେମାନଙ୍କ ଠାରୁ ଚୋରୀ ପୁରୁଣା ଲୁହା ଓ କପର ତାର ଜବତ କରାଯାଇଛି । ତାଳଚେର ଥାନା ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.