ଅନୁଗୁଳ : ଅନୁଗୁଳ ଜିଲ୍ଲା ୫୫ ନଂ ଜାତୀୟ ରାଜପଥର ସାନ୍ତରାପୁର ଗାଁ ନିକଟରେ ଏକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ସାମ୍ନାରୁ ଆସୁଥିବା ବାଇକରେ ପିଟି ହୋଇଯିବାରୁ ୩ ଜଣଙ୍କ ଜୀବନ ଯାଇଛି। ବାଇକ୍କୁ ଧକ୍କା ଦେଇ ପିକ୍ଅପ୍ ଭ୍ୟାନ୍ ଡ଼୍ରାଇଭର ଫେରାର ହୋଇଯାଇଛି। ଦୁର୍ଘଟଣାରେ ୩ ଜଣ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ନିକଟସ୍ଥ କୁଲେଇ ଗାଁର ସୁନିଲ ସାହୁ (୨୫), ସିପୁ ପ୍ରଧାନ (୨୬) ଓ ମାନସ ବେହେରା (୨୭) କୁଲେଇ ଗାଁରୁ କଞ୍ଜରା ଯିବା ସମୟରେ ଏନଚରେ ପିକପଭ୍ୟାନ ସହିତ ବାଇକଟି ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।
ବାଇକ୍କୁ ପିଟିଲା ପିକ୍ଅପ୍ ଭ୍ୟାନ୍, ୩ ଆରୋହୀ ମୃତ
- Post published:March 12, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Sanjeeb Biswal
