ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ୩ ଗିରଫ

You are currently viewing ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ୩ ଗିରଫ

ଅନୁଗୁଳ:ଅନୁଗୁଳ ଜିଲ୍ଲା ଛେଣ୍ହିପଦା ଥାନା ଅଞ୍ଚଳର ଜଣେ ଜଣେ ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୋଲିସ ସୋମବାର ୩ ଜଣ ଯୁବକଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଗତ ଅକ୍ଟୋବର ମାସରେ ଛେଣ୍ଡିପଦା ଥାନା ଅଞ୍ଚଳରୁ ଜଣେ ୧୬ ବର୍ଷର ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଖୁଣ୍ଟାନାଳୀ ଗାଁର ମୁନା ସାହୁ(୨୮) ଅପହରଣ କରିଥିଲେ। ଜରପଡ଼ା ଥାନା ଅନ୍ତର୍ଗତ ଦୁବନାଳୀ ଗାଁର ଚିକୁନ ପ୍ରଧାନ(୨୨) ତାଙ୍କ କାରରେ ଏହି ଅପହରଣ କରିବାରେ ସହାୟତା କରିଥିଲେ। ଏଥିସହ ମୁନାଙ୍କର ମାଉସୀପୁଅ ଭାଇ ବନ୍ତଳା ଥାନା ଅନ୍ତର୍ଗତ ମୁଣ୍ଡାଢ଼ିପ ସାହିର କ୍ଷୀରୋଦ ସାହୁ(୨୦) ସହଯୋଗ କରିଥିଲେ।

ଅପହରଣପରେ ପରିବାର ଲୋକେ ବିଭିନ୍ନ ସ୍ଥାନ ଖୋଜା ଖୋଜିକରି ଶେଷରେ ଜାନୁଆରୀ ୨୭ ତାରିଖରେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ରବିବାର ବନ୍ତଳା ମୁଣ୍ଡାଢ଼ିପସାହିରେ ଭଡ଼ାଘର ନେଇ ରହୁଥିବା ମୁନା ଓ ନାବାଳିକାଙ୍କୁ ଉଦ୍ଧାରକରି ଚିକୁନ ଓ କ୍ଷୀରୋଦଙ୍କୁ ଗିରଫ କରିଛି। ମୁନା ଓ ନାବାଳିକାଙ୍କ ଡ଼ାକ୍ତରୀ ପରୀକ୍ଷା କରିବାପରେ ନାବାଳିକାଙ୍କୁ ପରିବାରକୁ ହସ୍ତାନ୍ତରକରି ୩ ଅଭିଯୁକ୍ତ ମୁନା, ଚିକୁନ ଓ କ୍ଷୀରୋଦଙ୍କୁ ସୋମବାର କୋର୍ଟ ଚାଲାଣ କରିଛି।

Share

Leave a Reply