ଅନୁଗୁଳ ଗୋଶାଳାରୁ ଗୋରୁ ଚୋରୀ ଅଭିଯୋଗରେ ୩ ଗିରଫ

You are currently viewing ଅନୁଗୁଳ ଗୋଶାଳାରୁ ଗୋରୁ ଚୋରୀ ଅଭିଯୋଗରେ ୩ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଠାରେ ଥିବା ଗୋଶାଳାରୁ ଗାଇ ଚେରି ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଗୋଶାଳାରୁ ଗୋଟିଏ ବଳଦ ଓ ୩ଟି ଗାଇ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିଲା। ମଙ୍ଗଳବାର ବଅଁରପାଳ ହାଟରେ ଏହି ଚୋରୀ ଗାଇକୁ ବିକ୍ରୀ କରାଯାଉଥିବା ବେଳେ ପୁଲିସ ଗୋରୁ ମାନଙ୍କୁ ଉଦ୍ଧାରକରିଛି। ଏଥିରେ ସମ୍ପୃକ୍ତ ଆଙ୍କୁଲା ଗାଁର ସୁରେଶ ନାଏକ, ଭଦ୍ରକର ସେକ୍ ସଲିମ ଓ ସେକ୍ ଅସଲମାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply