ବାଣ ଝୁଲ ପଡ଼ି ତିନି ବଖରା ଜଳିଗଲା

You are currently viewing ବାଣ ଝୁଲ ପଡ଼ି ତିନି ବଖରା ଜଳିଗଲା

ଅନୁଗୁଳ: ଅନୁଗୁଳ ଥାନା ଜରାସିଂହାରେ ଗୁରୁବାର ଅପରାହ୍ନ ପାଞ୍ଚଟା ସମୟରେ ଅଗ୍ନିକାଣ୍ଡ ଘଟି ଶିଶିର କୁମାର ସ୍ବାଇଁଙ୍କ ତିନି ବଖରା ଚାଳ ଘର ପୋଡିଯାଇଛି। ସୂଚନା ଯେ, ଗାଁ ରେ ଏକ ବାହାଘର ଅବସରରେ
ବାଣ ଝୁଲ ପଡ଼ି ଚାଳରେ ନିଆଁ ଲାଗି ଯାଇଥିଲା। ଏଥିରେ ଧାନ ଚାଉଳ ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ଯାଇଛି। ଖବର ପାଇ ଅନୁଗୁଳ ଦମକଳ ବାହିନୀ ଯାଇ ନିଆଁ କୁ ଠିକଣା ସମୟରେ ଆୟତ୍ତ କରିଥିଲେ ।

Share

Leave a Reply