ଜିଲ୍ଲାରେ ତମ୍ବାଖୁ ନିୟନ୍ତ୍ରଣ ଫେଲ: ଲୁଚାଛପାରେ ଚାଲିଛି କାରବାର

0

ଅନୁଗୁଳ: ମେ ୩୧ ତାରିଖକୁ ବିଶ୍ୱ ତମ୍ବାଖୁ ବିରୋଧ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏହା କେବଳ ସଭା ସମିତି ଅବା ସ୍ଲୋଗାନ ଭିତରେ ସୀମିତ ରହୁଛି । କୋଭିଡ୍ ଭଳି ମହାମାରୀ ସମୟରେ ପ୍ରତି ଛକବଜାରରେ ଲୁଚା ଚୋରାରେ ଚାଲିଛି ଗୁଟକା ଓ ସିଗାରେଟ କାରବାର । ବିଶ୍ଵରେ ୩୦ ରୁ ୪୦ କୋଟି ଲୋକ ଗୁଟକା,ଖଇନି, ବିଡ଼ି, ସିଗାରେଟ ଆଦି ସେବନ କରୁଛନ୍ତି। ଏସବୁ ସେବନ ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ସୃଷ୍ଟି ହୋଇଥାଏ। ଭାରତରେ ଗତ ୫ ବର୍ଷ ମଧ୍ୟରେ ୨.୩ ମିଲିୟନ ଲୋକ କର୍କଟ ରୋଗର ଶୀକାର ହୋଇଥିବା ବେଳେ ପ୍ରାୟ ୭୮ ଲକ୍ଷ ରୋଗୀଙ୍କ ମୃତ୍ୟୁ ଘଟୁଛି। ଓଡ଼ିଶାରେ ପାଟି, ଅନ୍ତନାଳୀ, ଫୁସଫୁସ କ୍ୟାନ୍ସର ଏବଂ ଗର୍ଭାଶୟ ଟ୍ୟୁମର ଜନିତ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ଅଧିକ। ଏବେ ଅନୁସନ୍ଧାନରୁ ଜଣା ପଡ଼ିଛି ଯେ କଟକ,ବାଲେଶ୍ବର,ଭଦ୍ରକ, ଜଗତସିଂହପୁର,ଢେଙ୍କାନାଳ,କେନ୍ଦ୍ରାପଡା,
ଖୋର୍ଦ୍ଧା, ପୁରୀ,ଅନୁଗୁଳ ଜିଲ୍ଲାରୁ ଅଧିକ କର୍କଟ ରୋଗୀ କଟକ ସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ଗବେଷଣା କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଉଛନ୍ତି। ଗତ କିଛି ହେବ ଅନୁଗୁଳରେ ଜିଲ୍ଲାରେ ମଧ୍ୟ କର୍କଟ ରୋଗୀଙ୍କ ସଂଖ୍ୟା ବଢୁଛି । ତମ୍ବାଖୁ ଯଥା ପାନମସଲା,ଖଇନି, ବିଡ଼ି, ସିଗାରେଟ ଗୁଟକା ଆଦିର ବିକ୍ରି ଉପରେ କଟକଣା ନକଲେ ଜିଲ୍ଲାର ସ୍ଥିତି ମଧ୍ୟ ବିଗିଡ଼ିଯିବ। ତେଣୁ ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗ ଏହା ଉପରେ ଦୃଷ୍ଟି ଦେବାର ସମୟ ଆସିଛି।

Leave A Reply

Your email address will not be published.

error: Content is protected !!