ଆଜି ବୁଦ୍ଧ ପୂର୍ଣ୍ଣିମା, ଭଗବାନ ବିଷ୍ଣୁଙ୍କ ନବମ ଅବତାରଙ୍କ ଜନ୍ମ ଦିବସ

You are currently viewing ଆଜି ବୁଦ୍ଧ ପୂର୍ଣ୍ଣିମା, ଭଗବାନ ବିଷ୍ଣୁଙ୍କ ନବମ ଅବତାରଙ୍କ ଜନ୍ମ ଦିବସ

ଆଜି ବୈଶାଖ ପୂର୍ଣ୍ଣିମା ବା ବୁଦ୍ଧ ପୂର୍ଣ୍ଣିମା। ଆଜିର ଦିନକୁ ବୈଶାଖ ମାସକୁ ଏକ ଅତି ପବିତ୍ର ମାସ ଭାବରେ ବିବେଚନା କରାଯାଏ। ମାନ୍ୟତା ରହିଛି ଯେ ମହାତ୍ମା ବୁଦ୍ଧଙ୍କ ଜନ୍ମ ବୈଶାଖ ପୂର୍ଣ୍ଣିମା ଦିନ ଅର୍ଥାତ୍ ଆଜି ହୋଇଥିଲା। ଏଥିପାଇଁ ଏହାକୁ ବୁଦ୍ଧ ପୂର୍ଣ୍ଣିମା ବୋଲି କୁହାଯାଏ।

ହିନ୍ଦୁ ଧର୍ମ ଏବଂ ବୌଦ୍ଧ ଧର୍ମର ଅନୁଗାମୀମାନଙ୍କ ପାଇଁ ବୈଶାଖ ପୂର୍ଣ୍ଣିମା ବିଶେଷ ଗୁରୁତ୍ୱ ବହନ କରେ। ଏହି ଦିନ ବୁଦ୍ଧ ଦେବ, ଭଗବାନ ବିଷ୍ଣୁ ଏବଂ ଚନ୍ଦ୍ରଙ୍କ ପୂଜା ବିଧି ପୂର୍ବକ କରାଯାଏ। ହିନ୍ଦୁ ଧର୍ମରେ ବୁଦ୍ଧଙ୍କୁ ମଧ୍ୟ ଭଗବାନ ବିଷ୍ଣୁଙ୍କ ନବମ ଅବତାର ବୋଲି କୁହାଯାଏ । ଏଣୁ ଆଜିର ଦିନଟି ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଏହି ଦିନ ଜଳ ଦାନ କରିବା ଦ୍ୱାରା ସବୁଠୁ ଅଧିକ ପୁଣ୍ୟ ହୋଇଥାଏ ବୋଲି ମାନ୍ୟତା ରହିଛି । ଏହି ପୁଣ୍ୟ କାର୍ଯ୍ୟ ଦ୍ୱାରା ତ୍ରିଦେବ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ କୃପା ଲାଭ ହୋଇଥାଏ। ଆଜିର ଦିନରେ ମାଟିର ଜଳପୂର୍ଣ୍ଣ ପାତ୍ର ମନ୍ଦିରରେ ଦାନ କରନ୍ତୁ, ପୁଣ୍ୟ ହେବ।

Share

Leave a Reply