ଆଜି ଅନୁଗୁଳରେ ବର୍ଷର ସର୍ବୋଚ୍ଚ ତାପମାତ୍ରା

You are currently viewing ଆଜି ଅନୁଗୁଳରେ ବର୍ଷର ସର୍ବୋଚ୍ଚ ତାପମାତ୍ରା

ଅନୁଗୁଳ: ଆଜି ଅନୁଗୁଳର ତାପମାତ୍ରା ପୂର୍ବର ସବୁ ରେକର୍ଡକୁ ଟପି ଯାଇଛି। ଆଜି ଅନୁଗୁଳର ତାପମାତ୍ରା ୪୪.୭ ଡିଗ୍ରୀ ସେଲସିଏସ ରେକର୍ଡ କରାଯାଇଥିଲା। ଏଭଳି ତାପମାତ୍ରାରେ ଅନୁଗୁଳର ଜନଜୀବନ ଦୁର୍ବିସହ ହୋଇଯାଇଥିଲା।

ସକାଳ ୯ ଟା ପରେ ଏବଂ ସନ୍ଧ୍ୟା ୬ ଟା ପୂର୍ବରୁ ଘରୁ ବାହାରିବା ମୁସ୍କିଲ ହୋଇ ପଡ଼ିଥିଲା।ଟ୍ରେନ ବସରେ ଖୁବ୍ କମ ସଂଖ୍ୟକ ଯାତ୍ରୀଙ୍କୁ ଦେଖିବାକୁ ମିଳିଥିଲା। ବାହାଘର ଋତୁ ଥିବାରୁ କିଛି ଲୋକ ମୁଣ୍ଡରେ ଟୋପି, ଗାମୁଛା ବାନ୍ଧି,ଛତା ଧରି ଯିବା ଆସିବା କରୁଥିଲେ। ଖରା ତାତି ସାଙ୍ଗକୁ ଗରମ ଗୁଳୁଗୁଳି ଯୋଗୁଁ ଲୋକ ଶାନ୍ତିରେ ରହି ପାରିନଥିଲେ। ବୁଲା ଗାଈ ଗୋରୁ ମଧ୍ୟ ପାଣି ଟିକେ ପାଇଁ ଏଣେତେଣେ ଘୂରି ବୁଲିବା ଦେଖିବାକୁ ମିଳିଥିଲା।

Share

Leave a Reply