ବିଶ୍ଵ ରକ୍ତଦାତା ଦିବସ: ସଂଗ୍ରହ ଯେତିକି ବ୍ୟବହାର ସେତିକି

You are currently viewing ବିଶ୍ଵ ରକ୍ତଦାତା ଦିବସ: ସଂଗ୍ରହ ଯେତିକି ବ୍ୟବହାର ସେତିକି

ଅନୁଗୁଳ: ଜୁନ ୧୪ ତାରିଖକୁ ବିଶ୍ଵ ରକ୍ତଦାତା ଦିବସ ଭାବେ ପାଳନ କରାଯାଏ। ଏହି ଦିନ ପ୍ରସିଦ୍ଧ ଅଷ୍ଟ୍ରୀୟ ବାୟୋଲୋଜିଷ୍ଟ ତଥା ଡାକ୍ତର କାର୍ଲ ଲ୍ୟାଣ୍ଡଷ୍ଟେନର ଜନ୍ମ ହୋଇଥିଲେ। ସେ ମଧ୍ୟ ଏବିଓ ରକ୍ତ ଗ୍ରୁପ ସିଷ୍ଟମର ଉଦ୍ଭାବକ। ଏହି ଦିନ ସୁରକ୍ଷିତ ରକ୍ତ ସଂଗ୍ରହ,ବ୍ୟବହାର ସହ କିଭଳି ରକ୍ତଦାତା ମାନଙ୍କୁ ଅଧିକରୁ ଅଧିକ ଉତ୍ସାହିତ କରାଯିବ ସେଥିନେଇ ସଚେତନତା କାର୍ଯ୍ୟକ୍ରମ ମାନ କରାଯାଇଥାଏ।

ଅନୁଗୁଳ ରକ୍ତ ଭଣ୍ଡାର କଥା ଯଦି ଦେଖାଯିବ ୨୦୨୪ ରେ ପ୍ରାୟ ୧୨୦ ଟି କ୍ୟାମ୍ପରୁ ୧୫୯୯୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ୧୫୬୯୫ ୟୁନିଟ ରକ୍ତ ରୋଗୀଙ୍କୁ ଦିଆଯାଇଛି। ୨୦୨୫ ରେ ବର୍ତ୍ତମାନ ସୁଦ୍ଧା ୫୩୭୧ ୟୁନିଟ ସଂଗ୍ରହ କରାଯାଇଥିବା ବେଳେ ପୂର୍ବ ଷ୍ଟକକୁ ମିଶାଇ ୫୬୪୮ ୟୁନିଟ ରକ୍ତ ରୋଗୀଙ୍କୁ ଦିଆ ସରିଲାଣି। ରକ୍ତଦାତା ପ୍ରବର୍ତ୍ତକ ମାନଙ୍କୁ ଅଧିକ ଉତ୍ସାହିତ କରାଗଲେ ରକ୍ତଦାନ ସଂଗ୍ରହ ହାର ନିଶ୍ଚିତ ବଢ଼ିପାରନ୍ତା। ଚଳିତ ବର୍ଷ ଜେଏସପିଏଲ ୩୧.୩.୨୫ ତାରିଖରେ ସର୍ବାଧିକ ୪୨୧ ୟୁନିଟ ରକ୍ତ ସଂଗ୍ରହ କରିଥିଲା। ସେହିଭଳି ୨୩.୨.୨୫ ତାରିଖରେ ଅନୁଗୁଳ ଠିକାଦାର ସଙ୍ଘ ୨୫୧ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟସାଇ ସେବା ସଂଘ, ଆମ ଓଡ଼ିଶା ପକ୍ଷରୁ ମଧ୍ୟ ନିୟମିତ ରକ୍ତ ସଂଗ୍ରହ ଶିବିର ଆୟୋଜିତ ହେଇ ଆସୁଛି। ରକ୍ତଦାନ ପ୍ରତି ଲୋକଙ୍କ ସଚେତନତା ବଢାଇବା ଏହି ଦିନର ମୁଖ୍ୟ ଉଦ୍ଦେଶ୍ୟ।

Share

Leave a Reply