ଆଜି ବିଶ୍ଵ ଆର୍ଦ୍ରଭୂମି ଦିବସ: ଅନୁଗୁଳ ଜଳବାୟୁକୁ ପ୍ରଭାବିତ କରୁଛି ସାତକୋଶିଆ

You are currently viewing ଆଜି ବିଶ୍ଵ ଆର୍ଦ୍ରଭୂମି ଦିବସ: ଅନୁଗୁଳ ଜଳବାୟୁକୁ ପ୍ରଭାବିତ କରୁଛି ସାତକୋଶିଆ

ଅନୁଗୁଳ: ଫେବୃଆରୀ ୨ ତାରିଖ ବିଶ୍ଵ ଆର୍ଦ୍ରଭୂମି ଦିବସ ଅବସରରେ ଅନୁଗୁଳ ଜିଲ୍ଲାର ପାଣିପାଗ ତଥା ଜଳବାୟୁକୁ ପ୍ରଭାବିତ କରୁଥିବା ବିଭିନ୍ନ କାରକ ଉପରେ ଚିନ୍ତା କରିବାର ସମୟ ଆସିଚି। ୧୯୭୬ରେ
ସାତକୋଶିଆକୁ ଏହାର ଚିରନ୍ତନି ସବୁଜିମା,ବୃକ୍ଷରାଜି,ପଶୁପକ୍ଷୀ ଓ ସାତକୋଶିଆ ଗଣ୍ଡ ପାଇଁ ଏକ ଅଭୟାରଣ୍ୟ ର ମାନ୍ୟତା ଦିଆ ଯାଇଥିଲା।ପ୍ରାୟ ୧୦୦ ହେକ୍ଟର ପରିମିତ ଏହି ଗଣ୍ଡ ବା ଜଳଭାଗ ଅନୁଗୁଳର ଜଳବାୟୁକୁ ବିଶେଷ ଭାବେ ପ୍ରଭାବିତ କରି ଆସୁଛି। ସରକାର ଏହି ଗଣ୍ଡର ସୁରକ୍ଷା ତଥା ଜୈବ ବିବିଧତାର ସଂରକ୍ଷଣ ପାଇଁ ଅନେକ ପଦକ୍ଷେପ ନେବା ସହ ଏହା ନିକଟରେ ରାମସର୍ ସାଇଟ୍‌ରେ ସ୍ଥାନ ପାଇ ଅନୁଗୁଳକୁ ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେଇଛି। ସେହିଭଳି ଅନୁଗୁଳ ସହରରେ ଥିବା ଛୋଟ ଛୋଟ ଆର୍ଦ୍ରଭୂମି ଅବା ପୋଖରୀ ଗୁଡ଼ିକ ଦୀର୍ଘ ବର୍ଷ ଧରି ପୁନରୁଦ୍ଧାର ଅଭାବରୁ ପୋତି ହେବାକୁ ବସିଥିବା ବେଳେ ନିକଟରେ ଏସବୁର ସୁରକ୍ଷା ତଥା ପୁନରୁଦ୍ଧାର ପାଇଁ ପ୍ରାୟ ୨୫ କୋଟି ଟଙ୍କା ଅନୁଦାନ ଆସିଛି। ପ୍ଲାନ ପାସ୍ ହେଲେ କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ନଗରପାଳ ଅକ୍ଷୟ କୁମାର ସାମନ୍ତ। ପୋଖରୀର ଜଳ ଧାରଣ କ୍ଷମତା ବଢାଯିବ। ସହ ଏସବୁର ସୌଦର୍ଯ୍ୟ କରଣ କରାଯିବ ଫଳରେ ସହରର ପାଣିପାଗକୁ ଏହା ପ୍ରଭାବିତ କରିପାରିବ।ତେବେ ଏତିକିରେ ଆର୍ଦ୍ରଭୂମିର ସୁରକ୍ଷା ହୋଇପାରିବ ନାହିଁ,ସହରରେ ଏବଂ ସହର ଲାଗିଥିବା ଗାଁ ଗୁଡିକରେ ଜେଭଲିଭାବେ ଆର୍ଦ୍ରଭୂମିଅଞ୍ଚଳ ଗୁଡ଼ିକୁ ପୋତି ଘରବାରି କରି କୋଠାବାଡ଼ି ନିର୍ମାଣ କରୁଛନ୍ତି ତାହା ନିଶ୍ଚିତ ଭାବେ ଭବିଷ୍ୟତ ପାଇଁ ସତର୍କ ଘଣ୍ଟି ।

Share

Leave a Reply