ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ରୋଡ୍ ନିକଟ ରେଳ ଧାରଣାରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଫଳରେ ଢେଙ୍କାନାଳ-ସମ୍ବଲପୁର ରେଳ ଲାଇନରେ ବାଧାପ୍ରାପ୍ତ ହୋଇଛି ଟ୍ରେନ୍ ଚଳାଚଳ । ୧୨ଟି ଟ୍ରେନର ଚଳାଚଳ ବାତିଲ ହୋଇଥିବା ବେଳେ ୮ଟି ଟ୍ରେନ୍ର ଗତିପଥ ବଦଳିଥିବା ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରବଳ ବର୍ଷାରେ ପାଣି ଜମିବା ଯୋଗୁଁ ମାଲଗାଡ଼ି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ୧୪ ତାରିଖରେ ୦୮୧୦୫ ନମ୍ବର ରାଉରକେଲା ରୁ ରାଉରକେଲା-ପୁରୀ ସ୍ପେଶାଲ୍, ୦୮୧୦୬ ନମ୍ବର ପୁରୀରୁ ପୁରୀ-ରାଉରକେଲା ସ୍ପେଶାଲ୍, ୦୨୮୬୨ ଭୁବନେଶ୍ୱରରୁ ଭୁବନେଶ୍ୱର-ରାଉରକେଲା ଇଣ୍ଟର ସିଟି ସ୍ପେଶାଲ୍, ୦୨୮୬୬ ପୁରୀରୁ ଲୋକମାନ୍ୟ ତିଳକ ସ୍ପେଶାଲ୍, ୦୮୪୯୩ ନମ୍ବର ଭୁବନେଶ୍ୱରରୁ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟର ସିଟି ସ୍ପେଶାଲ୍, ୦୮୪୯୪ ନମ୍ବର ବଲାଙ୍ଗୀରରୁ ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲ୍, ୦୮୪୫୧ ନମ୍ବର ହାଟିଆରୁ ହାଟିଆ-ପୁରୀ ସ୍ପେଶାଲ୍, ୦୮୪୫୨ ନମ୍ବର ପୁରୀରୁ ପୁରୀ-ହାଟିଆ ସ୍ପେଶାଲ୍ , ୦୮୪୨୫ ନମ୍ବର ପୁରୀରୁ ପୁରୀ-ଦୁର୍ଗ ସ୍ପେଶାଲ୍ , ୦୮୧୨୮ ନମ୍ବର ଗୁଣୁପୁରରୁ ଗୁଣୁପୁର-ରାଉରକେଲା ସ୍ପେଶାଲ୍ ଆଦି ଟ୍ରେନକୁ ବାତିଲ କରାଯାଇଛି|