ଅନୁଗୁଳ: ଅନୁଗୁଳରେ ବର୍ଷା ଯୋଗୁ ଲୋକେ ହନ୍ତସନ୍ତ ହେଉଛନ୍ତି। ଚାରିଦିନ ଧରି ଚାଲିଥିବା ଲଗାଣ ବର୍ଷା ଯୋଗୁ ରବିବାର ପେଚାମୁଣ୍ଡି ପଞ୍ଚାୟତ ଜୋକପାଣି ଗ୍ରାମର ଜଣଙ୍କ ଘର ଉପରେ ଏକ ଗଛ ଭାଙ୍ଗିପଡ଼ିଛି। ସୌଭାଗ୍ୟବଶତଃ ଏଥିରେ କାହାର କିଛି କ୍ଷତି ହୋଇନାହିଁ।
ସୂଚନା ମୁତାବକ, ମଙ୍ଗଲ ମୁଣ୍ଡାଙ୍କ ଟାଇଲ ଛପର ଘର ପାଖରେ ଥିବା ଏକ ବଡ ପଣସ ଗଛ ଘର ଉପରେ ଭାଙ୍ଗିପଡ଼ିଥିଲା। ମଙ୍ଗଳ ମୁଣ୍ଡାଙ୍କ ୭ ଜଣ ପରିବାର ଲୋକେ ସୌଭାଗ୍ୟକ୍ରମେ ବଞ୍ଚିଯାଇଥିବା ଜଣାପଡ଼ିଛି। ଖବର ପାଇ ପେଚାମୁଣ୍ଡି ସରପଞ୍ଚ ରମେଶ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ସେବା ବିଭାଗ ଏବଂ ତହସିଲ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଗଛ କାଟି ସଫା କରିଥିବା ବେଳେ ତହସିଲ ପକ୍ଷରୁ ପଲିଥିନ ଯୋଗାଇ ଦିଆଯାଇଛି।