ବିଜେଡିର ୨୫ ବର୍ଷ ପୂର୍ତ୍ତି: ବିଜୁ ଯୁବ ଜନତା ଦଳ ପକ୍ଷରୁ ବୃକ୍ଷରୋପଣ

You are currently viewing ବିଜେଡିର ୨୫ ବର୍ଷ ପୂର୍ତ୍ତି: ବିଜୁ ଯୁବ ଜନତା ଦଳ ପକ୍ଷରୁ ବୃକ୍ଷରୋପଣ

ଅନୁଗୁଳ: ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ବରେ ସ୍ଥାନୀୟ କାଙ୍ଗୁଲା-ବେନ୍ଥପୁର ପଞ୍ଚାୟତରେ ବୃକ୍ଷରୋପଣ କରାଯାଇଛି। ବେନ୍ଥପୁର ଗାଁ ଆଦର୍ଶ ପୋଖରୀର ଚାରିପଟ ଓ ବିଭିନ୍ନ ସ୍ଥାନରେ ୨୫ ଟି ବୃକ୍ଷରୋପଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ପ୍ରକାଶ ଚନ୍ଦ୍ର ଭୋଇ, ନାଏବ ସରପଞ୍ଚ ମନୋରଞ୍ଜନ ତ୍ରିପାଠୀ, ଯୁବ ନେତା ଚନ୍ଦ୍ରଭାନୁ ରଥ, ତାପସ କୁମାର ପାଲ, ଶଶିଭୂଷଣ ତ୍ରିପାଠୀ, ପଙ୍କଜ ମହାପାତ୍ରଙ୍କ ସମେତ ଅନେକ ବିଜେଡି ନେତା ସାମିଲ ହୋଇ ବୃକ୍ଷରୋପଣ କରିଥିଲେ।

Share

Leave a Reply