ଆଠମଲ୍ଲିକ: ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ବିୟୋଗରେ ଆଠମଲ୍ଲିକ ଏନଏସି ବିଜୁ ଜନତା ଦଳ ପକ୍ଷରୁ ସୋମବାର ସନ୍ଧ୍ୟାରେ ଏନଏସି କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଛି। ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଆଶାକୁମାରୀ ସାହୁଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଏନଏସି ସଭାପତି ପ୍ରଦୀପ କୁମାର ଦାଶ, ଉପାଧ୍ୟକ୍ଷ ଗଦାଧର ସ୍ୱାଇଁ, ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା, ଯୁବନେତା ନିରାକାର ଭୁକ୍ତା, ସୁବୋଧ କୁମାର ମହାକୁଡ଼, ଯୀଶୁ ମେଣ୍ଡୁଳି ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଦାସଙ୍କ ଫଟୋ ଚିତ୍ରରେ ଫୁଲ ମାଳ ଦେବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ।
ଆଠମଲ୍ଲିକ ଏନଏସି ବିଜୁ ଜନତା ଦଳ ପକ୍ଷରୁ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ
- Post published:January 30, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
