ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋର ଉତ୍କଳ ‘ଇ’ କୋଇଲା ଖଣିର ରେଲୱେ ସାଇଡିଙ୍ଗର ଜମି ଅଧିଗ୍ରହଣ ହୋଇଥିବା ଗ୍ରାମବାସୀଙ୍କସ ଗୁରୁବାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସ୍ଥାପିତମାନେ ଥଇଥାନ ସମ୍ପର୍କରେ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ସରକାରଙ୍କ ବିସ୍ଥାପିତ ଓ ଥଇଥାନ ନୀତି ଅନୁଯାୟୀ ଗ୍ରାମବାସୀଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯିବା ସମ୍ପର୍କରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କମ୍ପାନୀ କର୍ତ୍ତୁପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆୟୋଜିତ ତ୍ରିପାକ୍ଷିକ ବୈଠକରେ ୨୦୧୧ ମସିହାରେ ଅଧିଗ୍ରହଣ ହୋଇଥିବା ଜମିର ଏକର ପ୍ରତି ବଦ୍ଧିତ ଅର୍ଥ ରାଶି ପ୍ରଦାନ, ସମସ୍ତ ପରିବାରର ସଦସ୍ୟମାନଙ୍କ ନିଯୁକ୍ତି ପ୍ରଦାନ ଓ ମାସିକ ପ୍ରୋତ୍ସାହନ ଭତ୍ତା ପ୍ରଦାନ ଆଦି ଦାବୀଗୁଡିକୁ ଗ୍ରାମବାସୀମାନେ ଉପସ୍ଥାପନା କରିଥିଲେ। ସରକାରଙ୍କ ଦ୍ଵାରା ପ୍ରଚଳିତ ବିସ୍ଥାପିତ ଓ ଥଇଥାନ ନୀତିକୁ ଅନୁସରଣ କରାଯାଇ ଗ୍ରାମବାସୀମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଖୁବ୍ ଶିଘ୍ର ଗ୍ରାମବାସୀମାନଙ୍କ ସହିତ କମ୍ପାନୀ କତ୍ତୃପକ୍ଷକୁ ନେଇ ଆଉ ଏକ ବୈଠକ ଗାଁରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ୧୦ ଡେସିମିଲ ଜାଗା ଓ ୩ ଲକ୍ଷ ଟଙ୍କା ସମେତ ବିଭିନ୍ନ ଥଇଥାନ ସୁବିଧା ପ୍ରତ୍ୟେକ ପରିବାରକୁ ପ୍ରଦାନ କରାଯିବ। ଏହି ବୈଠକରେ ଅତିରିକ୍ତ ଉପ ଜିଲ୍ଲାପାଳ ବଇତୁରା ଦିପ୍, ଭୂଅର୍ଜନ ଅଧୁକାରୀ(ସାଧାରଣ) ଇଷାନି ପଣ୍ଡା, ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କାଙ୍କ ସମେତ କମ୍ପାନୀ କର୍ତ୍ତୁପକ୍ଷ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।
ନାଲ୍କୋ କୋଇଲା ଖଣିର ରେଲୱେ ସାଇଡିଙ୍ଗ ବିସ୍ଥାପିତଙ୍କସହ ତ୍ରିପାକ୍ଷିକ ବୈଠକ
- Post published:April 21, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
