ବଇଣ୍ଡା: ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥର ବଇଣ୍ଡା ରେଳ ଓଭର ବ୍ରିଜ ନିକଟରେ ବୁଧବାର ଏକ ଟ୍ରକ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ିଯାଇଛି। ଫଳରେ ଡିଭାଇଡର ଭାଙ୍ଗିରୁଜି ଯାଇଛି। ଦୁର୍ଘଟଣା ସମୟରେ ଟ୍ରକରୁ ହେଲପର ଡେଇଁ ପଡ଼ିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବଇଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ପରିଚୟ ମିଳିନାହିଁ ।
ସୂଚନା ଯେ, ଅନୁଗୁଳରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ ଭାରସ୍ୟାମ ହରାଇ ଡିଭାଇଡର ଉପରେ ଚଢ଼ିଯାଇଥିଲା। ହଣ୍ଡପା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।