ଅନୁଗୁଳ: ଗୋ’ ସେବକ ରୁକେଶ ରୋଶନ ଦାସ ଏବଂ ସ୍ବେଚ୍ଛାସେବି ପ୍ରତାପ ମହାପାତ୍ର ଅନୁଗୁଳ ପୌର ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକଙ୍କୁ ଭେଟି ଅନୁଗୁଳ ପୌରପାଳିକା ପକ୍ଷରୁ ନିର୍ମିତ କୁକୁର ବନ୍ଧ୍ୟାକରଣ କେନ୍ଦ୍ରଟିକୁ ଚାଲୁ କରିବାକୁ ଏକ ସ୍ମାରକ ପ୍ରଦାନ କରିଥିଲେ। ଶ୍ରୀ ନାୟକ ଏ ପ୍ରସଙ୍ଗରେ ପୌରପାଳିକା ପକ୍ଷରୁ ପ୍ରାଣୀଧନ ବିଭଗ ସହ ସମନ୍ୱୟରେ ଖୁବ ଶୀଘ୍ର ଏହି କାର୍ଯ୍ୟ ଏକ ଏନଜିଓକୁ ହସ୍ତାନ୍ତର କରାଯିବ ବୋଲି କହିଥିଲେ।
ଏଠାରେ ପ୍ରକାଶ ଯୋଗ୍ୟ ଯେ, ଅନୁଗୁଳ ସହର ଭିତରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ଯୋଗୁଁ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟିବା ସହ ଧନଜୀବନ ହାନି ଘଟୁଛି। ଯଦି ଅନୁଗୁଳ ମେଡିକାଲର ରିପୋର୍ଟକୁ ଦେଖାଯିବ ତେବେ ୨୦୨୪ ମସିହାର ଜାନୁଆରୀ ମାସରେ ୧୧୫, ଫେବୃଆରୀ ମାସରେ ୧୫୮, ମାର୍ଚ୍ଚରେ ୧୧୧,ଏପ୍ରିଲ ରେ ୧୨୦, ମେ’ ମାସରେ ୨୨୫, ଜୁନରେ ୨୦୮, ଜୁଲାଇରେ ୨୯୬ ଜଣ କୁକୁର କାମୁଡାରେ ଆକ୍ରାନ୍ତ ହୋଇ ଆସିଥିଲେ।











