ଘରକୁ ଧକ୍କା ଦେଇ ଓଲଟି ପଡ଼ିଲା କୋଇଲା ବୋଝେଇ ଟ୍ରକ, ଡ୍ରାଇଭରର ଆଖି ଲାଗି ଯାଇଥିବା ସୂଚନା

You are currently viewing ଘରକୁ ଧକ୍କା ଦେଇ ଓଲଟି ପଡ଼ିଲା କୋଇଲା ବୋଝେଇ ଟ୍ରକ, ଡ୍ରାଇଭରର ଆଖି ଲାଗି ଯାଇଥିବା ସୂଚନା

 

କଣିହାଁ: ସ୍ଥାନୀୟ ସମଲ ଥାନା ହାଇସ୍କୁଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ କୋଇଲା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଘରକୁ ଧକ୍କା ଦେଇ ଓଲଟି ପଡ଼ିଛି।

ପୋଲିସ ସୂଚନା ମୁତାବକ, ତାଳଚେର ଅଞ୍ଚଳରୁ କୋଇଲା ଧରି ସମଲ ହାଇସ୍କୁଲ ପାର ହେବା ବେଳେ ଗାଡ଼ି ଚାଳକଙ୍କ ଆଖି ଲାଗିଯିବାରୁ ଟ୍ରକଟି ଏକ ଘରକୁ ଧକ୍କା ଦେଇଥିଲା। ଫଳରେ ଘର ଭାଙ୍ଗି ପଡ଼ିଛି। ଟ୍ରକଟି ତାଳଚେରର ପ୍ରଧାନ ଟ୍ରାନ୍ସପୋର୍ଟର ହୋଇଥିବା ବେଳେ ଗାଡ଼ି ଚାଳକକୁ ସମଲ ଥାନାରେ ଅଟକ ରଖି ପୋଲିସ ତଦନ୍ତ କରୁଛି।

Share

Leave a Reply