ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ ଝାରବେଡା ପଞ୍ଚାୟତ ରାଇପାଳ ଗାଁ ନିକଟରେ ଏକ ଟ୍ରକ ଗଛରେ ପିଟି ହେବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ଏଥିସହ ହେଲପର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ମୃତ ଡ୍ରାଇଭର ହେଲେ ରାଇପାଳ ଗାଁର ହର୍ଷ ବାରିକ (୩୨)।
ସୂଚନା ମୁତାବକ, କେନ୍ଦୁଝର ଯିବା ସମୟରେ ବ୍ରେକ ଫେଲ ହୋଇଯିବାରୁ ଟ୍ରକଟି ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇଥିଲା। ଫଳରେ ଚାଳକ ଚାପି ହୋଇ ରହିଯାଇଥିଲେ। ଗ୍ରାମବାସୀଙ୍କଠୁ ଖବର ପାଇ ପାଲଲହଡା ପୁଲିସ ଡ୍ରାଇଭର ଏବଂ ହେଲପରକୁ ଉଦ୍ଧାର କରି ଖମାର ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇଥିଲେ। ସେଠାରେ ଡାକ୍ତର ଡ୍ରାଇଭରକୁ ମୃତ ଘୋଷଣା କରିଥିଲେ। ଏଥିସହ ହେଲପର୍ କୁ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟ ପଠାଯାଇଛି। ପାଳଲହଡ଼ା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।