ଟ୍ରକ ମାଲିକ ସଂଘର କାର୍ଯ୍ୟକାରୀ ସଭାପତିଙ୍କୁ ଥାନାରେ ଅଟକକୁ ପ୍ରତିବାଦ: ଥାନା ଘେରିଲା ଟ୍ରକ ମାଲିକ ସଂଘ

You are currently viewing ଟ୍ରକ ମାଲିକ ସଂଘର କାର୍ଯ୍ୟକାରୀ ସଭାପତିଙ୍କୁ ଥାନାରେ ଅଟକକୁ ପ୍ରତିବାଦ: ଥାନା ଘେରିଲା ଟ୍ରକ ମାଲିକ ସଂଘ

ତାଳଚେର: ତାଳଚେର ଟ୍ରକ ମାଲିକ ସଂଘର କାର୍ଯ୍ୟକାରୀ ସଭାପତି ଟୁକୁନା ସ୍ୱାଇଁଙ୍କୁ ତାଳଚେର ଥାନାରେ ଅଟକ ରଖିଥିବା ପ୍ରତିବାଦରେ ଟ୍ରକ ମାଲିକ ସଂଘ ପକ୍ଷରୁ ଥାନା ଘେରାଉ କରାଯାଇଛି।

ପ୍ରକାଶ ଯେ ତାଳଚେରରୁ କୋଇଲା ପରିବହନ ପାଇଁ ଟ୍ରକ ମାଲିକ ସଂଘ ପରିବହନକାରୀ ସଂସ୍ଥା, ପ୍ରଶାସନ ଓ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଉପସ୍ଥିତିରେ ମିଳିତ ନିଷ୍ପତି କ୍ରମେ ଟ୍ରକ ଭଡା ଧାର୍ଯ୍ୟ କରାଯାଇଛି। କିନ୍ତୁ ନିର୍ଦ୍ଦିଷ୍ଟ କିଛି ପରିବହନକାରୀ ସଂସ୍ଥା ଏହାକୁ ମାନୁ ନାହାନ୍ତି। ତେଣୁ ଟ୍ରକ ମାଲିକ ସଂଘ ପକ୍ଷରୁ ବାରମ୍ବାର ଦାବି କରିବା ସହିତ ଏଥିନେଇ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି।

ତେବେ ଗତକାଲି ମୁକେଶ ମହାନ୍ତି ନାମକ ବ୍ୟକ୍ତିଙ୍କୁ ନିଷ୍ପତ୍ତି ମୁତାବକ ଭଡା କାହିଁକି ଦିଆଯାଉନାହିଁ ବୋଲି ପଚାରିବା ସହ ଧାର୍ଯ୍ୟ ଭଡା ଠାରୁ କମ୍ ପ୍ରଦାନ ନେଇ କୁହାଯାଇଥିଲା। ଏ ନେଇ ଯୁକ୍ତି ତର୍କ ବି ହୋଇଥିଲା। ଏହାକୁ ନେଇ ମୁକେଶ ମହାନ୍ତି ତାଳଚେର ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ଆଧାରରେ ତାଳଚେର ପୋଲିସ ସଂଘର କାର୍ଯ୍ୟକାରୀ ସଭାପତି ଟୁକୁନା ସ୍ୱାଇଁଙ୍କୁ ଥାନାରେ ଅଟକ ରଖିଥିଲା। ତେବେ ପୂର୍ବରୁ ସଂଘ ପକ୍ଷରୁ କମ୍ ଭଡ଼ା ପ୍ରଦାନ ନେଇ ମୁକେଶଙ୍କ ନାମରେ ଏତଲା ଦେଇଥିଲେ ମଧ୍ୟ କାହିଁକି ପୋଲିସ ତାଙ୍କୁ ଗିରଫ କରିନାହିଁ ବୋଲି ଅଭିଯୋଗ କରି ଟ୍ରକ ମାଲିକ ସଙ୍ଘ ପକ୍ଷରୁ ତାଳଚେର ଥାନାକୁ ଶତାଧିକ ଟ୍ରକ ମାଲିକ ମାନେ ଘେରାଉ କରିଛନ୍ତି। ଅନ୍ୟପଟେ ଏସଡିପିଓ ମାନସ ରଞ୍ଜନ ବାରିକ ଆସି ଆନ୍ଦୋଳନ କାରୀଙ୍କ ସହିତ ଆଲୋଚନା କରୁଥିବା ଜଣାଯାଇଛି।

Share

Leave a Reply