କାଉନସିଲରଙ୍କ ସ୍କୁଟି ଉପରେ ଚଢ଼ିଗଲା ଟ୍ରକ, ଅଳ୍ପକେ ରକ୍ଷା ପାଇଗଲେ କାଉନସିଲର ଓ ତାଙ୍କ ଝିଆରୀ

You are currently viewing କାଉନସିଲରଙ୍କ ସ୍କୁଟି ଉପରେ ଚଢ଼ିଗଲା ଟ୍ରକ, ଅଳ୍ପକେ ରକ୍ଷା ପାଇଗଲେ କାଉନସିଲର ଓ ତାଙ୍କ ଝିଆରୀ

ବଅଁରପାଳ: ସ୍ଥାନୀୟ ବଅଁରପାଳ ଥାନା ସମ୍ମୁଖ ୫୫ ନମ୍ବର ଜାତୀୟ ରାଜପଥରେ ତାଳଚେର ୮ ନମ୍ବର ୱାର୍ଡ କାଉନସିଲରଙ୍କ ଗାଡ଼ି ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ କାଉନସିଲର ଓ ତାଙ୍କ ଝିଆରୀ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, କାଉନସିଲର ଜିତେନ୍ଦ୍ର କୁମାର ଦାସ ଓ ତାଙ୍କ ଝିଆରୀ ତାଳଚେର ବାସଭବନରୁ ସ୍କୁଟିରେ ବାହାରି ବଅଁରପାଳ ସ୍ଥିତ ସାମଲ କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ବନ୍ଧୁଙ୍କୁ ଦେଖିବା ପାଇଁ ଆସୁଥିଲେ।

କିନ୍ତୁ ବଅଁରପାଳ ଥାନା ସମ୍ମୁଖରେ ଥିବା ଛକରେ ଅଚାନକ ତାଙ୍କ ସ୍କୁଟି ଆଗକୁ ଏକ ଟ୍ରକ୍ ଚାଲିଆସିଥିଲା। ସେମାନେ ସ୍କୁଟି ସହ ତଳେ ପଡ଼ିଯାଇଥିବା ବେଳେ ସ୍କୁଟି ଉପରେ ଟ୍ରକ ଚଢ଼ି ଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଜିତେନ୍ଦ୍ର ଓ ତାଙ୍କ ଝିଆରୀକୁ ସାମଲ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share

Leave a Reply