ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ ଘଟଣା, ୧୭ ଦିନ ପରେ ଦୁଇ ଅଭିଯୁକ୍ତ ଗିରଫ

You are currently viewing ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ ଘଟଣା, ୧୭ ଦିନ ପରେ ଦୁଇ ଅଭିଯୁକ୍ତ ଗିରଫ

ଅନୁଗୁଳ: ୧୭ ଦିନ ପରେ ଅନୁଗୁଳ ଜିଲ୍ଲା ବଅଁରପାଳ ପୋଲିସକୁ ସଫଳତା। ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି ଫେରାର ଥିବା ଦୁଇଜଣଙ୍କୁ ଗିରଫ କରିଛି ପୋଲିସ।

ସୂଚନା ମୁତାବକ, ନିର୍ମଳ ବିଶ୍ବାଳଙ୍କ ପୁଅ ବିନ୍ମୟ ବିଶ୍ୱାଳ ବ୍ୟାଙ୍କର କ୍ରେଡିଟ୍ କାର୍ଡରୁ ୩ ଲକ୍ଷ ୭୫ ହଜାର ଟଙ୍କା ଋଣ କରିଥିଲେ। ଟଙ୍କା ମାଗିବାକୁ ରାଉରକେଲା ସିଭିଲ ଟାଉନ୍ ସିପ୍‌ର ବ୍ୟାଙ୍କ ଅଧିକାରୀ ରମାକାନ୍ତ ରଥଙ୍କ ସହ ପ୍ରମୋଦ କୁମାର ସାହୁ, ଦିବ୍ୟଜ୍ୟୋତି ସାମଲ ଓ ସନ୍ତୋଷ କୁମାର ବେହେରା ତୁଳସୀପାଳ ଆସି ବିନ୍ମୟଙ୍କୁ ଟଙ୍କା ମାଗିଥିଲେ। ଏନେଇ ଉଭୟ ମଧ୍ୟରେ ବଚସା ହୋଇଥିଲା।

ସେମାନେ ବ୍ୟାଙ୍କ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ଟଙ୍କା ମାଗିଲେ ଜୀବନରୁ ମାରିଦେବୁ କହି ଠେଙ୍ଗାରେ ନିସ୍ତୁକ ମାଡ଼ମାରି ଫେରାର ହୋଇଯାଇଥିଲେ। ପୋଲିସରେ ଅଭିଯୋଗ ପରେ ଦୀର୍ଘ ୧୭ ଦିନ ପରେ ନିର୍ମଳ ବିଶ୍ୱାଳ ଓ ତାଙ୍କ ସହଯୋଗୀ ବିରଞ୍ଚି ବେହେରାଙ୍କୁ ଗତକାଲି ବିଳମ୍ବିତ ରାତ୍ରିରେ ଗିରଫ କରାଯାଇଛି। ତେବେ ମୁଖ୍ୟ ଅଭିଯୁକ୍ତ ବିନ୍ମୟ ବିଶ୍ୱାଳ ଏବେ ବି ଫେରାର ଅଛି ବୋଲି ଥାନାଧିକାରୀ ଦୁଷ୍ମନ୍ତ କୁମାର ସିଂହ ସୂଚନା ଦେଇଛନ୍ତି।

Share

Leave a Reply