ପ୍ରତିଶ୍ରୁତି ପୂରଣ କରୁନି ନାଲକୋ: ନିଯୁକ୍ତି ନ ମିଳିବାରୁ ଆସନ୍ତାକାଲିଠୁ ଆମରଣ ଅନଶନରେ ବସିବେ ଦୁଇ କ୍ଷତିଗ୍ରସ୍ତ ପ୍ରଜା

You are currently viewing ପ୍ରତିଶ୍ରୁତି ପୂରଣ କରୁନି ନାଲକୋ: ନିଯୁକ୍ତି ନ ମିଳିବାରୁ ଆସନ୍ତାକାଲିଠୁ ଆମରଣ ଅନଶନରେ ବସିବେ ଦୁଇ କ୍ଷତିଗ୍ରସ୍ତ ପ୍ରଜା

ତାଳଚେର: ପ୍ରତିଶ୍ରୁତି ପୂରଣ କରୁନି ନାଲକୋ। ଏଣୁ ବାଧ୍ୟ ହୋଇ ଡିସେମ୍ବର ୨୦ ଅର୍ଥାତ୍ ଆସନ୍ତାକାଲି ଠାରୁ ଦୁଇ କ୍ଷତିଗ୍ରସ୍ତ ପ୍ରଜା ଆମରଣ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସୂଚନା ମୁତାବକ, ତାଳଚେର ବ୍ଲକ ଟୋଲକଲୁଣ୍ଡି ଗ୍ରାମର ଶିବରାମ ଦେହୁରୀ ଏବଂ ଲିଙ୍ଗରାକଟା ଗ୍ରାମର ନିରଞ୍ଜନ ପରିଡା ନାଲକୋ ଦ୍ୱାରା ବର୍ଷିକିଆ ସ୍କିଲ ଅପ୍ ଗ୍ରେଡ଼େସନ ପ୍ରାକ୍ଟିସ ଟ୍ରେନିଂ (ଏସୟୁପିଟି) ବିନା ଷ୍ଟାଇପେଣ୍ଡ ଏବଂ ଡାକ୍ତରୀ ସୁବିଧାରେ ଶେଷ କରିଛନ୍ତି। କିନ୍ତୁ ଏବେ ଯାଏଁ ଉଭୟଙ୍କୁ ପୂର୍ବ ପ୍ରତିଶ୍ରୁତି ଅନୁସାରେ ନିଯୁକ୍ତି ମିଳିନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏନେଇ ଉଭୟେ ତତ୍କାଳୀନ ଅନୁଗୁଳ ଜିଲ୍ଲାପାଳ ନାଲକୋକୁ ଚିଠି ନଂ- ୬୦୧୬/ପିଜିସି. ତା୩୦.୧୨.୨୦୧୩ ରିଖରେ ପଠାଇଥିଲେ। ତଥାପି କେହି ଶୁଣୁ ନାହାନ୍ତି। ଏଣୁ କାଲିଠାରୁ ଉଭୟେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

Share

Leave a Reply