ମୋବାଇଲ ଚୋରି ଅଭିଯୋଗରେ ଶଳା ଭିଣୋଇ ଗିରଫ

You are currently viewing ମୋବାଇଲ ଚୋରି ଅଭିଯୋଗରେ ଶଳା ଭିଣୋଇ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜେଏସ୍ପିଏଲ କର୍ମଚାରୀଙ୍କ ମୋବାଇଲ ଚୋରି ଘଟଣାରେ ପୁଲିସ ରବିବାର ଶଳା ଭିଣୋଇଙ୍କୁ ଗିରଫ କରିଛି।

ସୂଚନା ଯେ, ଜେଏସପିଲ୍ କର୍ମଚାରୀ ଗୋବିନ୍ଦ ମିଶ୍ର ତାଙ୍କ ସାଙ୍ଗ ମାନଙ୍କ ସହ ଭୁବନପୁର ଘରେ ଶେଇଥିଲେ। ଶନିବାର ରାତିରେ ସେମାନଙ୍କର ୩ଟି ମୋବାଇଲ ଫୋନ୍ ଚୋରି ହୋଇଥିଲା। ଏ ନେଇ ରବିବାର ଗୋବିନ୍ଦ ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗାଁର ସଚିନ ନାଏକଙ୍କୁ ଧରିଥିଲା। ସଚିନ ପୁଲିସକୁ କହିଥିଲେ ଯେ, ତାଙ୍କ ଗାଁର ଟାର୍ଜନ ନାଏକ ତାଙ୍କୁ ଏକ ମୋବାଇଲ ଫୋନ୍ ଦେଇଥିଲା। ସେହି ମୋବାଇଲକୁ ସେ ତାଙ୍କ ଭିଣୋଇ କଲିଏରୀ ଥାନା ଅନ୍ତର୍ଗତ ଗୋପାଳ ପ୍ରସାଦ ଗାଁର ଗୋବିନ୍ଦ ନାଏକଙ୍କୁ ଦେଇଛନ୍ତି। ପୁଲିସ ଗୋବିନ୍ଦଙ୍କୁ ଗିରଫକରି ତାଙ୍କଠାରୁ ଏକ ମୋବାଇଲ ଫୋନ୍ ଜବତ କରିଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

Share

Leave a Reply