ଅଟୋ ଚୋରି ଅଭିଯୋଗରେ ୨ ଗିରଫ

You are currently viewing ଅଟୋ ଚୋରି ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗାଁର ବିରଞ୍ଚି ସାହୁଙ୍କ ଅଟୋ ଚୋରି ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ବିରଞ୍ଚି ସପରିବାର ପୁରି ବୁଲିବାକୁ ଯାଇଥିଲେ। ବୁଧବାର ଘରକୁ ଫେରି ଦେଖିଲା ବେଳକୁ ତାଙ୍କ ଅଟୋ( ଓଡି୧୯ଏଲ୍-୮୦୪୫) ଘର ଅଗଣାରୁ ଚୋରି ହୋଇଯାଇଥିଲା। ଏ ନେଇ ବିରଞ୍ଚି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ବିରଞ୍ଚିଙ୍କ ପୁରୁଣା ଚାଳକ ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗର ଅକ୍ଷୟ ନାଏକଙ୍କୁ ଅଟକ ରଖି ପଚରା ଉଚୁରା କରିଥିଲା। ସେ ଅଟୋକୁ ଚୋରିକରି ତାଳଚେର ସ୍କଟଲାଣ୍ଡପୁରଠାରେ ଥିବା ତାଙ୍କ ଶଶୁର ଘରୁ ଚୋରି ଅଟୋକୁ ଉଦ୍ଧାର କରିଥିଲା। ଏଥିସହ ଅଟୋର ଏକ ବ୍ୟାଟେରୀ ଓ ଷ୍ଟେପିନ୍କୁ ବିକ୍ରି କରିଥିବା ପ୍ରକାଶ ନାଏକଙ୍କ ଘରୁ ଉଦ୍ଧାର କରାଯାଇଛି। ପୁଲିସ ଉଭୟଙ୍କୁ ଗିରଫକରି ଗୁରୁବାର କୋର୍ଟ ଚାଲାଣ କରାଯାଇଛି।

Share

Leave a Reply