ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ଛକ ନିକଟରୁ ମୋବାଇଲ ଛିନ୍ତାଇ ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫକରି ସୋମବାର କୋର୍ଟ ଚାଲାଣ କରିଛି। ସୂଚନା ଯେ, ରବିବାର ସକାଳେ ମେଦିନାପୁର ଅଞ୍ଚଳର ଅନିକେଶ ସାମନ୍ତ ନାମକ ଜଣେ ଶ୍ରମିକ ଛକର ଏକ ଦୋକାନ ସାମ୍ନାରେ ବସିଥିବା ବେଳେ ଗିରାଙ୍ଗ ଗାଁର ୩ ଜଣ ଯୁବକ ଆସି ତାଙ୍କୁ ମାଡ଼ମାରି ତାଙ୍କ ମୋବାଇଲ ଫୋନ୍ ଓ ମନି ପର୍ସ ଛଡ଼ାଇ ନେଇଥିଲେ। ଏ ନେଇ ଅନିକେଶ ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ସୋମବାର ଗିରାଙ୍ଗ ଗାଁର ମନୁ ଓରଫ ମନୋଜ ବେହେରା(୨୫) ଓ ସୁନିଆ ଓରଫ ବିକ୍ରମ ସାହୁ(୨୧)ଙ୍କୁ ଗିରଫକରି ମୋବାଇଲ ଫୋନ୍ ଜବତକରିଛି। ୨ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି।
ମୋବାଇଲ ଛିନତାଇ ଅଭିଯୋଗରେ ୨ ଗିରଫ
- Post published:April 19, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
