ଟଙ୍କା ଲୁଟ ଅଭିଯୋଗରେ ୨ ଗିରଫ

You are currently viewing ଟଙ୍କା ଲୁଟ ଅଭିଯୋଗରେ ୨ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗାଁରୁ ଟଙ୍କା ଲୁଟ ଅଭିଯୋଗରେ ଛେଣ୍ଡିପଦା ପୁଲିସ ଶୁକ୍ରବାର ୨ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଗୁରୁବାର ସକାଳେ କୋଶଳା ଗାଁ ଉଚ୍ଚବିଦ୍ୟାଳୟ ସାମ୍ନାରେ ଅଜୟ କୁମାର ସାହୁଙ୍କୁ ଧମକାଇ ଏକ ବାଇକରେ ୨ ଜଣ ଯୁବକ ୧୪ଶହ ଟଙ୍କା ଛଡ଼ାଇ ନେଇଥିଲେ। ଏ ନେଇ ଶ୍ରୀ ସାହୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିଲା। ଶୁକ୍ରବାର ପୁଲିସ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ କୋଶଳା ଗାଁ ଜଙ୍ଗଲ ନିକଟରୁ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ନାରଣପୁର ଗାଁର ସାଶ ନାଗେଶ୍ବର(୩୬) ଓ ଆର ଏସ୍ ଦାଶ(୧୯)ଙ୍କୁ ଗିରଫ କରିବାସହ ଏକ ବାଇକ୍(ଓଡି-୩୨ଏଫ୍-୭୩୮୯)କୁ ଜବତ କରିଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

Share

Leave a Reply