ଦୁଇ ବାଇକ ମୁହାଁମୁହିଁ ଧକ୍କା, ଛାତ୍ରଙ୍କ ସହ ତିନି ଜଣ ଗୁରୁତର

You are currently viewing ଦୁଇ ବାଇକ ମୁହାଁମୁହିଁ ଧକ୍କା, ଛାତ୍ରଙ୍କ ସହ ତିନି ଜଣ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଦେଇ ଯାଇଥିବା ରାଜପଥରେ ଆଜି ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଫଳରେ ୩ ଜଣ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ, ଗୁରୁବାର ମାଲ୍ୟାଗିରି ମହାବିଦ୍ୟାଳୟର ଯୁକ୍ତ ଦୁଇର ଛାତ୍ର ସିଦ୍ଧାର୍ଥ ନାୟକ ବାଇକରେ ନିଜ ଘର ନମପସି ପଂଚାୟତ ନୁଗୁଡ଼ା ଗାଁକୁ ବାଇକରେ ଫେରୁଥିଲେ। ମୁକ୍ତାପୁର ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଆର ବାଇକରେ ଆସୁଥିବା ବାପା, ମାଆ ଓ ଏକ ଶିଶୁ ଗୁରୁତର ହୋଇଛନ୍ତି। ଚାରିଜଣଙ୍କୁ ଗାଁ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପାଳଲହଡା ଡାକ୍ତରଖାନାକୁ ପଠାଇଥିଲେ। ଅଧିକ ଚିକିତ୍ସା ପାଇଁ ସିଦ୍ଧାର୍ଥ ଓ ଅନ୍ୟ ଜଣଙ୍କୁ ଅନୁଗୁଳ ସ୍ଥାନାନ୍ତର କରାଯାଇଛି।
ପାଳଲହଡା ପୋଲିସ ବାଇକ ଗୁଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Share

Leave a Reply