ଜଙ୍ଗଲୀ ଘୁଷୁରୀ ଆକ୍ରମଣରେ ଦୁଇ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

0

 

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ଜେଲରୋଡ଼ ୱାର୍ଡ ନଂ ୧୧ ରେ ଜଙ୍ଗଲୀ ଘୁଷୁରୀ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦ୍ବୟ ହେଲେ ଚତୁରୀ ନାଏକ (୬୦) ଓ ରାଜା ନାଏକ (୧୦)। ଉଭୟଙ୍କୁ ମଣ୍ଡପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଆଜି ସକାଳେ ଜଙ୍ଗଲୀ ଘୁଷୁରୀ ହଠାତ ଗାଁ ଭିତରକୁ ପଶି ଆସି ଚତୁରୀ ଓ ରାଜାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଫଳରେ ଉଭୟେ ଗୁରୁତର ହୋଇପଡ଼ିଛନ୍ତି। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗର ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.

error: Content is protected !!