ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଅନୁଗୁଳ ବନ୍ତଳା ରାସ୍ତା ର ବାଳୁଅକଟା ଠାରେ ଏକ ଅଜଣା ଅଟୋ ବାଇକ୍କୁ ଧକ୍କା ଦେବାରୁ ରବିବାର ଅପରାହ୍ନରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୁଚନା ଯେ, ରାଣିଗୋଡ଼ା ର ସୁଜନ ସାହୁ(୩୨), ତାଙ୍କ ଭଉଣି ଓ ଭାଣିଜୀ ଗାୟତ୍ରୀ ସାହୁ(୨୦) ଓ ଅନ୍ୟ ଜଣଙ୍କୁ ବସାଇ ବାଇକ୍ ରେ ବାଳୁଅକଟାରୁ ଘରକୁ ଫେରୁଥିବା ବେଳେ ଏକ ଅଜଣା ଅଟୋ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସୁଜନ ଓ ଗାୟତ୍ରୀଙ୍କ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ଅନୁଗୁଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୨ଶବ ଓ ବାଇକ୍ କୁ ଜବତ କରି ଏକ ମାମଲା ରୁଜୁ କରିଛି। ଦୁର୍ଘଟଣା ଘଟାଇଥିବା ଅଟୋକୁ ଖୋଜୁଛି ପୁଲିସ।
ବାଇକ୍କୁ ପିଟିଲା ଅଟୋ, ୨ ମୃତ
- Post published:December 19, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
