କାର- ବାଇକ୍ ମୁହାଁମୁହିଁ ଧକ୍କା: ବାଇକ ଆରୋହୀ ମୃତ, ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ

You are currently viewing କାର- ବାଇକ୍ ମୁହାଁମୁହିଁ ଧକ୍କା: ବାଇକ ଆରୋହୀ ମୃତ, ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ

ଅନୁଗୁଳ: ଅନୁଗୁଳରୁ ଛେଣ୍ଡିପଦା ଦେଇ ଯାଇଥିବା ରାଜ୍ୟ ରାଜପଥ କଙ୍କରାଇ ପୋଲ ନିକଟରେ ଶନିବାର ଅପରାହ୍ନରେ କାର ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ନିହଳପ୍ରସାଦ ଲଉଲେଇ ଗ୍ରାମର ନରେନ୍ଦ୍ର ସାହୁ (୩୮)। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ପହଞ୍ଚି ମୃତ ବାଇକ ଚାଳକଙ୍କ ଶବ ଓ ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ଜବତ କରି ଛାନଭିନ୍ ଆରମ୍ଭ କରିଛି।

Share

Leave a Reply