ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ବାଜି ମାରିଲେ ବଅଁରପାଳ ଅଞ୍ଚଳର ଦୁଇ ସ୍କୁଲ ଛାତ୍ରୀ, ହାତେଇଲେ ବ୍ରୋଞ୍ଚ ପଦକ

You are currently viewing ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ବାଜି ମାରିଲେ ବଅଁରପାଳ ଅଞ୍ଚଳର ଦୁଇ ସ୍କୁଲ ଛାତ୍ରୀ, ହାତେଇଲେ ବ୍ରୋଞ୍ଚ ପଦକ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପାଞ୍ଚଗଡ଼ ସୋମନାଥ ସିଂ ଜଗଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଅନୁଷ୍ଠିତ ଜାତୀୟ ବକ୍ସିଂ ପ୍ରତିଯୋଗିତା ୨୦୨୪ ରେ କୃତିତ୍ଵ ହାସଲ କରିଛନ୍ତି। ଦୁଇ ଛାତ୍ରୀ କାଞ୍ଚନ ରାଓ ଓ ଭାଗ୍ୟଶ୍ରୀ ମୁଦୁଲି ବ୍ରୋଞ୍ଚ ପଦକ ହାସଲ କରି ସ୍କୁଲକୁ ଗୌରବାନ୍ୱିତ କରିଛନ୍ତି। ଏଣୁ ଶିକ୍ଷାନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି।

ଅନୁଷ୍ଠାନର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ କୃତି ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସଭାରେ ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି କୃତି ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Share

Leave a Reply