ଅଟୋ ଚାଳକଙ୍କୁ ମାଡ଼ ମାରି ଟଙ୍କା ଓ ଅଟୋ ଲୁଟ୍, ଦୁଇ ଗିରଫ

You are currently viewing ଅଟୋ ଚାଳକଙ୍କୁ ମାଡ଼ ମାରି ଟଙ୍କା ଓ ଅଟୋ ଲୁଟ୍, ଦୁଇ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଛେଣ୍ଡିପଦା ଶିଶୁମନ୍ଦିର ନିକଟରୁ ଜଣେ ଅଟୋ ଚାଳକଙ୍କୁ ମାଡ଼ ମାରି ଟଙ୍କା ଓ ଅଟୋ ଲୁଟ ହୋଇଛି। ଏହି ମାମଲାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ପୁଲିସ ସୂଚନା ମୁତାବକ, ବାଗଡ଼ିଆ ଥାନା ଡଅଁରିଆଝରଣ ଗ୍ରାମର ବ୍ରହ୍ମା ବେହେରା(୨୫)ଙ୍କ ଅଟୋ (ଓଡ଼ି-୧୯-ଡବ୍ଲୁ-୨୪୮୬)ରେ ଘୁଣ୍ଟୁଳିପଶି ଗ୍ରାମର କାଶୀନାଥ ନାଏକ ଗତ ୮ ତାରିଖ ଅପରାହ୍ଣରେ ସନ୍ତରାବନ୍ଧ ଗ୍ରାମରୁ ଗୋଟିଏ ଗାଈ କିଣି ଘରକୁ ଫେରୁଥିଲେ। ଫେରିବା ବାଟରେ ପଛରୁ ବାଇକରେ ଦୁଇ ଜଣ ଯୁବକ ପିଛାକରି ଛେଣ୍ଡିପଦା ଶିଶୁମନ୍ଦିର ନିକଟରେ ତାଙ୍କୁ ଅଟକାଇଥିଲେ। ପରେ ଅଟୋ ଚାଳକ ବ୍ରହ୍ମାଙ୍କୁ ମାଡ଼ମାରି ମୋବାଇଲ ଓ ଅଟୋ ନେଇ ପଳାଇଥିଲେ। କିଛିବାଟ ଗଲା ପରେ କାଶୀନାଥଙ୍କ ଠାରୁ ୭୦୦ ଟଙ୍କା ଛଡ଼ାଇନେଇ ଅଟୋରୁ ତାଙ୍କୁ ବାହାର କରି ଦେଇ ଫେରାର ହୋଇ ଯାଇଥିଲେ। ଅଟୋ ଚୋରି ନେଇ ବ୍ରହ୍ମା ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ନାକାବନ୍ଦୀ ସହ ଛାନଭିନ କରି ଛେଣ୍ଡିପଦା ବନ ବିଭାଗ କାର୍ଯ୍ୟାଳୟ ପଛ ପଟେ ଥିବା ଜଙ୍ଗଲରୁ ଅଟୋକୁ ଠାବ କରିଥିଲେ। ମିଳିବା ପରେ ଅଟୋର ବ୍ୟାଟେରି, ଷ୍ଟେଫିନ ଚକ ଓ ରେଂଚି ପାନା ନ ଥିବା ଜଣାଯାଇଛି। ପରେ ପୁଲିସ ବିଭିନ୍ନ ଜାଗାରେ ଚଢ଼ଉ କରି ଜଙ୍ଗଲରୁ ଛେଣ୍ଡିପଦା ଗ୍ରାମର ବାବୁଲା ବାରିକ(୨୦) ଓ ସନ୍ତରାବନ୍ଧ ଗ୍ରାମର ଟିକନ ଗଡ଼ତିଆ (୨୩)ଙ୍କୁ କାବୁ କରିଛି। ଉଭୟଙ୍କୁ ପୁଲିସ ଛେଣ୍ଡିପଦା ଥାନାକୁ ଆଣି ପଚରାଉଚରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

Share

Leave a Reply