ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର କୋଲିୟରୀ ଥାନା ଦେଉଳବେଡ଼ା ଅଞ୍ଚଳର ଅଶୋକ ଦାସଙ୍କ ଘରୁ ଡକାୟତି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫମାନେ ହେଲେ ଭଦ୍ରକ ଜିଲ୍ଲା ଧୁଷୁରୀ ଗ୍ରାମର ଗିରିଶ ନାଏକ (୪୦) ଓ ଯାଜପୁର ଅଞ୍ଚଳର ଅଭିମନ୍ୟୁ ସାହୁ (୨୫)। ସେମାନଙ୍କ ନିକଟରୁ କିଛି ସୁନା ଜବତ କରିବା ସହ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନା ମୁତାବକ, ପରିବାର ଲୋକ ଏକ ବାହାଘରରେ ଯୋଗ ଦେବାକୁ ଯାଇଥିବା ବେଳେ ଦୁର୍ବୃତ୍ତ କବାଟ ଭାଙ୍ଗି ପ୍ରାୟ ୮୦ଭରି ସୁନା ଏବଂ ୧ଲକ୍ଷ ଟଙ୍କା ନେଇ ଯାଇଥିଲେ। ଦୁର୍ବୃତ୍ତମାନେ ଚମ୍ପଟ ମାରୁଥିବା ବେଳେ ପରିବାର ଲୋକ ତାଙ୍କୁ କାବୁ କରିବାକୁ ଯାଇ ଭୁଜାଲି ଓ ରଡ଼ ମାଡ଼ର ଶିକାର ହୋଇ ଲହୁଲୁହାଣ ହୋଇଥିଲେ । ଏମିତିକି ଦୁର୍ବୃତ୍ତମାନେ ପ୍ରମାଣ ନଷ୍ଟ କରିବାକୁ ଯାଇ ଘରେ ଲାଗିଥିବା ସିସିଟିଭି ହାର୍ଡ ଡିସ୍କ ନେଇ ଯାଇଥିଲେ।
ତାଳଚେରରେ ବଡ଼ଧରଣର ଡକାୟତିର ପର୍ଦ୍ଦାଫାସ, ଭଦ୍ରକରୁ ୨ ଗିରଫ
