ମନ୍ଦିର ପରିସରରୁ ରାତି ଅଧରେ କାଟି ନେଇଗଲେ ୨ ଚନ୍ଦନ ଗଛ

You are currently viewing ମନ୍ଦିର ପରିସରରୁ ରାତି ଅଧରେ କାଟି ନେଇଗଲେ ୨ ଚନ୍ଦନ ଗଛ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡସନ୍ତ୍ରୀ ଗାଁର ଶ୍ରୀ ଶ୍ରୀ ଡମ୍ବରୁଧର ମନ୍ଦିର ପ୍ରାଙ୍ଗଣରୁ ଦୁଇଟି ଚନ୍ଦନ ଗଛକୁ କେହି କାଟି ନେଇଯାଇଛି। ଏନେଇ ମନ୍ଦିର ପୂଜକ ଥାନାରେ ଅଭିଯୋଗ କରିଛନ୍ତି।

ମନ୍ଦିର ପୂଜାରୀ ଗିରିଶ ଚନ୍ଦ୍ର ମହାପାତ୍ରଙ୍କ କହିବାନୁଯାୟୀ, ସବୁଦିନ ପରି ଆଜି ମଧ୍ୟ ସେ ମନ୍ଦିରକୁ ପୂଜା କରିବା ପାଇଁ ଭୋରରୁ ଆସିଥିଲେ। କିନ୍ତୁ ଏଠି ଆସି ଦେଖିବା ବେଳକୁ ଦୁଇଟି ଯାକ ଚନ୍ଦନ ଗଛ ନାହିଁ। କେହି ତାକୁ କାଟି ନେଇଯାଇଛି। ଏନେଇ ସେ ପ୍ରଥମେ ମନ୍ଦିରର ପ୍ରତିଷ୍ଠାତା ଓ ମନ୍ଦିର କମିଟିକୁ ଜଣାଇଥିଲେ। ପରେ ସେମାନେ ପୋଲିସରେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ କାଲି ମନ୍ଦିର ଠାରୁ ପ୍ରାୟ ୫୦୦ ମିଟର ଦୂରରେ ରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଥିଲା। ଏଣୁ ଅଞ୍ଚଳରେ ଗହଳି ଥିଲା। ତଥାପି ଚୋର କେମିତି ଚନ୍ଦନ ଗଛ ଚୋରି କଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରକାଶ ଯେ ଏହି ଶିବ ମନ୍ଦିରରୁ ୪ ବର୍ଷ ତଳେ ଘଣ୍ଟି, ତ୍ରିଶୂଳ ଓ ଦାନବାକ୍ସରୁ କିଛି ଟଙ୍କା ପଇସା ଚୋରି ହୋଇଥିଲା।

Share

Leave a Reply