ଟ୍ରକ ଧକା ପରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ଦୁଇ ଟ୍ରକ

You are currently viewing ଟ୍ରକ ଧକା ପରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ଦୁଇ ଟ୍ରକ

ଅନୁଗୁଳ: ବଅଁରପାଳ ଥାନା ଅଧୀନ ତୁଳସୀପାଳ ଗାଁ ନିକଟ ୫୫ ନମ୍ବର ଜାତୀୟ ରାଜପଥର ବାଇପାସ୍ ରାସ୍ତାରେ ରବିବାର ରାତି ପ୍ରାୟ ୧୧ଟା ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ସିମେଣ୍ଟ ବୋଝେଇ ଟ୍ରକ (OD09 R 2489) ଅନୁଗୁଳ ଆଡୁ ଦ୍ରୁତ ଗତିରେ ଆସୁଥିବା ବେଳେ ରାସ୍ତା ବାମପାର୍ଶ୍ୱରେ ଏକ ହାଇୱା ଗାଡ଼ି (OD19 R 5235)କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଉଭୟ ଟ୍ରକରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ସିମେଣ୍ଟ ବୋଝେଇ ଟ୍ରକରେ ଥିବା ସମସ୍ତ ସିମେଣ୍ଟ ନଷ୍ଟ ହୋଇଯାଇଛି।

ଖବର ପାଇ ବଅଁରପାଳ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share

Leave a Reply