ଜାଳ ଗୋଟାଇବାକୁ ଯିବା ବେଳେ ପଡ଼ିଲା ବଜ୍ରପାତ, ଗଲା ଦୁଇ ଜଣଙ୍କ ଜୀବନ

You are currently viewing ଜାଳ ଗୋଟାଇବାକୁ ଯିବା ବେଳେ ପଡ଼ିଲା ବଜ୍ରପାତ, ଗଲା ଦୁଇ ଜଣଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନାଲକୋ ନଗର ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମର କେନ୍ଦୁଢିପ ସାହିର ଦୁଇ ଜଣଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଛି। ମୃତକ ହେଲେ ପେନି ବେହେରା (୩୭) ଓ ସୁଷମା ବେହେରା(୪୭)।

ସୂଚନା ମୁତାବକ, ସ୍ଥାନୀୟ ଅଞ୍ଚଳର ଦୁଇ ଜଣଙ୍କ ସହ ପେନି ଓ ସୁଷମା ଶୁଖିଲା କାଠ ସଂଗ୍ରହ କରିବା ପାଇଁ ନାଲକୋ ଆସପଣ୍ଡର ମଧ୍ଯ ଭାଗରେ ଥିବା ଏକ ମଠ ନିକଟକୁ ଯାଇଥିଲେ। ହଠାତ୍ ବଜ୍ରାଘାତ ହେବାରୁ ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ଅନ୍ୟ ଦୁଇ ସାଥି ଅଜୟ ବେହେରା ଓ କୁଆଁରୀ ବେହେରା ପ୍ରାଣ ବିକଳରେ ମଠ ଠାରୁ ଧାଇଁ ଆସି ସ୍ଥାନୀୟ ଲୋକଙ୍କୁ ଏ ନେଇ ଜଣାଇଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ପାଇ ଆସପଣ୍ଡ ସୁରକ୍ଷା କର୍ମୀ, ବଳରାମ ପ୍ରସାଦ ସରପଞ୍ଚ ଜୟନ୍ତୀ ସାହୁ, ଯୁବ ନେତା ଅନିଲ ବେହେରା ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ନାଲକୋ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି।

Share

Leave a Reply