ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଗଣ୍ଡମଳା ପଞ୍ଚାୟତ ସୁଲେଇପାଳ ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଚାଷ ଜମିରେ ଜମି ରହିଥିବା ପାଣିରେ ବୁଡ଼ି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସୁଲେଇପାଳ ଗ୍ରାମର ମିଲୁ ରାଉତ।
ସୂଚନା ମୁତାବକ, ମିଲୁ ଗତକାଲି ସକାଳେ ନିଜ ଜମିକୁ କାମ କରିବାକୁ ଯାଇ ଆଉ ଫେରିନଥିଲେ। ପରିବାର ଓ ଗ୍ରାମବାସୀ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ। ଆଜି ସକାଳେ ଜମିରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଖବର ପାଇ ରେଙ୍ଗାଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ଏହି ଖବର ପ୍ରଚାରିତ ହେବା ପରେ ସୁଲେଇପାଳ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ଚାଷ ଜମିରେ ଜମିଥିବା ପାଣିରେ ବୁଡ଼ି ଚାଷୀଙ୍କ ମୃତ୍ୟୁ





