ଅଜଣା ମୃତ ଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ

You are currently viewing ଅଜଣା ମୃତ ଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ

ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ଥାନା ଜରଡା ଗ୍ରାମ ନିକଟ ମୁଣ୍ତାଢିପ ପାଇକ ବନ୍ଧ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଦେହ ଉପରେ ୩ରୁ ୪ ଟି ପଥର ଚପା ହୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଗ୍ରାମବାସୀ ସନ୍ଦେହ କରୁଛନ୍ତି।
ସୂଚନା ମୁତାବକ, ଆଜି ଗାଁର କିଛି ଯୁବକ ଶୌଚ ହେବାକୁ ଯାଇଥିବା ବେଳେ ଏହି ଅଜଣା ବ୍ୟକ୍ତିଙ୍କ ମୃତଦେହ ଦେଖି ଥିଲେ। ଏ ନେଇ ସେମାନେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ଖବର ପାଇ କଣିହାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଛାନଭିନ କରୁଛି। ତେବେ ମୃତ ବ୍ୟକ୍ତିଙ୍କ ପୋଷାକରୁ ସେ ସ୍ଥାନୀୟ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣାପଡୁଛି ବୋଲି ଗାଁ ଲୋକେ କହିଛନ୍ତି।

Share

Leave a Reply