ଅନୁଗୁଳ : ଦୁଇଦିନିଆ ଗସ୍ତରେ ଢେଙ୍କାନାଳ ଓ ଅନୁଗୁଳ ଆସୁଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ। ବିଜେପିର ଲୋକସଭା ପ୍ରବାସ ଯୋଜନାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାୟ ଆସନ୍ତା ଜୁଲାଇ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗଦେବେ।
୧୮ରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ରାସୋଳ ଠାରେ ସକାଳେ ମା’ ବାଉତିଙ୍କ ମନ୍ଦିରରେ ଦର୍ଶନ କରିବା ସହ ବିଜେପି ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ସଂଚାଳନ ସମିତି, କୋର କମିଟି ଓ ମଣ୍ଡଳ ସଭାପତିମାନଙ୍କର ବୈଠକରେ ଯୋଗଦେବେ। ଅପରାହ୍ନରେ କାମାକ୍ଷା ନଗର ଠାରେ ବିଜେପି ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଶକ୍ତିକେନ୍ଦ୍ର ତ୍ରିଦେବଙ୍କର ବୈଠକକୁ ସମ୍ବୋଧିତ କରିବେ। ସେଦିନ କଣିହାଁ ଏନଟିପିସିରେ ରାତ୍ରିଯାପନ କରିବେ।
ଜୁଲାଇ ୧୯ ରେ ଶ୍ରୀ ରାୟ ଏନଟିପିସିରୁ ପାଳଲହଡା ଯାଇ ସେଠାରେ ବିଜେପିର ପାଳଲହଡା ନିର୍ବାଚନ ମଣ୍ଡଳୀର କୋର କମିଟି, ସଂଚାଳନ ସମିତି ଓ ମଣ୍ଡଳ ସଭାପତିମାନଙ୍କ ବୈଠକରେ ଯୋଗଦେବେ। ସେଠାରୁ ଅନୁଗୁଳ ଆସି ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ସୋସିଆଲ ମିଡ଼ିଆ ଭଲ୍ୟୁଣ୍ଟିୟରଙ୍କର ଏକ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି।