ଅନୁଗୁଳ : ସ୍ଥାନୀୟ ବଣିଆବାହାଳ ୯ ନମ୍ଵର ୱାର୍ଡ ରାସ୍ତା କଡ଼ରେ ଥିବା ଏକ ନିମ ଗଛରୁ ହଠାତ ନିଆଁ ବାହାରୁଥିବା ଦେଖିବାକୁ ମିଳିଛି। ଏହି ନିଆଁ ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଛି।
ସୂଚନାଯୋଗ୍ୟ ଯେ ଗତକାଲି ରାତି ୯ ଟା ବେଳେ ନିମ ଗଛରେ ନିଆଁ ଲାଗୁଥିବାର ସ୍ଥାନୀୟ ବାସୀ ଦେଖି ଥିଲେ। ଏହା ଦେଖି ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଆସି ନିଆଁକୁ ଲିଭାଇଥିଲେ। କିନ୍ତୁ ଆଜି ସକାଳେ ପୁଣି ସେହି ନିମ ଗଛରେ ନିଆଁ ଲାଗିଥିବାର ସ୍ଥାନୀୟ ବାସୀ ଦେଖିଥିଲେ। ଏହାକୁ ଆଶ୍ଚର୍ଯ୍ୟ ଭାବି ଦେଖିବା ପାଇଁ ଲୋକଙ୍କର ପ୍ରବଳ ଭିଡ ଜମିଛି। ଏହାକୁ କିଛି ଲୋକ ଭଗବାନଙ୍କ ଲୀଳା ବୋଲି ଭାବି ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି। ଆଜି ସକାଳେ ପୁଣି ଥରେ ଅନୁଗୁଳ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିବା ଜଣାଯାଇଛି।















