ପୂର୍ବତନ ବିଧାୟକ ସନ୍ତୋଷ କୁମାର ପ୍ରଧାନଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନୁଗୁଳ ବିଜେପି କାର୍ଯ୍ୟକର୍ତ୍ତା
ଅନୁଗୁଳ: ଅନୁଗୁଳର ପୂର୍ବତନ ବିଧାୟକ ସନ୍ତୋଷ କୁମାର ପ୍ରଧାନଙ୍କର ବିୟୋଗରେ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କିଛିଦିନ ପୂର୍ବେ ତାଙ୍କ ଅନୁଗୁଳ ସ୍ଥିତ ବାସ ଭବନ କୁ ଯାଇ ତାଙ୍କୁ ଭେଟି ଆଲୋଚନା କରିବା ସହ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ତାଙ୍କ ମୃତ୍ୟୁ ଅନୁଗୁଳର କୃଷକ ସମାଜ ପାଇଁ ଅପୂରଣୀୟ କ୍ଷତି ବୋଲି କେନ୍ଦ୍ରମନ୍ତ୍ରୀ ଏକ ଶୋକ ବାର୍ତ୍ତାରେ ପ୍ରକାଶ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଅନୁଗୁଳ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସନ୍ତୋଷ କୁମାର ପ୍ରଧାନଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଲୋକଙ୍କ ସେବା ଓ କଲ୍ଯାଣ ପାଇଁ ତାଙ୍କର କାର୍ଯ୍ୟଗୁଡିକ ସର୍ବଦା ସ୍ମରଣୀୟ ରହିବ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ ଯୋଗେ ପ୍ରକାଶ କରିଛନ୍ତି।
ସେହିପରି ବିଜେପି ଜିଲ୍ଲା ସଭାପତି ଦିଲେଶ୍ବର ପ୍ରଧାନ, ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ଏନ ଏସ ଆଇ ସି ଡାଇରେକ୍ଟର କାଳନ୍ଦି ସାମଲ, ପ୍ରାକ୍ତନ ମନ୍ତ୍ରୀ ସଞ୍ଜୀବ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ପ୍ରତିମା ମିଶ୍ର, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକଙ୍କ ସମେତ ସମସ୍ତ ଜିଲ୍ଲା କମିଟି ଶୋକ ବ୍ୟକ୍ତ କରିଛନ୍ତି।