କଣିହାଁ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନିଜ ପୈତୃକ ଗାଁ ନାଲମ ଗସ୍ତ କରିବା ସହ ସହିଦ ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେଠାରେ କେନ୍ଦ୍ର ମନ୍ତ୍ରୀ ପ୍ରଭୁ ନୃସିଂହଙ୍କୁ ଦର୍ଶନ କରିବା ସହ ସପରିବାର ପୂଜାର୍ଚ୍ଚନା କରିଥିଲେ। ପରେ ଚାଲି ଚାଲି ଗାଁର ସବୁ ମନ୍ଦିର ଦର୍ଶନ କରିଥିଲେ।
ଏ ଅବସରରେ ସେ ଗାଁ ଲୋକଙ୍କ ସୁଖ ଦୁଃଖ ପଚାରି ବୁଝିଥିଲେ।
ଦୀର୍ଘ ଦିନ ପରେ ଗାଁ ବୁଲିବା ବେଳେ କେନ୍ଦ୍ର ମନ୍ତ୍ରୀ ଭାବ ବିହ୍ଵଳ ହୋଇପଡ଼ିଥିଲେ। ସେହିଭଳି ଗାଁ ଲୋକ ମଧ୍ୟ ନିଜ ମାଟିର ପୁଅକୁ ତଥା ନେତାଙ୍କୁ ପାଖରେ ପାଇ ଖୁସି ହେବା ସହ ବିପୁଳ ସମ୍ବର୍ଦ୍ଧନା ଜଣାଇଥିଲେ।
ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରୀ ଏନଟିପିସି ଅତିଥି ଭବନରେ ପହଞ୍ଚି କ୍ଷତିଗ୍ରସ୍ତ ପ୍ରଜାଙ୍କ ଅଭିଯୋଗ ଶୁଣିଥିଲେ।
ଏ ଅବସରରେ ରାଜ୍ୟ କାରିଣୀ ସଦସ୍ୟ ଅଶୋକ ମହାନ୍ତି, ଅଗସ୍ତି ବେହେରା, ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ୍ତ ଗଡନାୟକ, ରତ୍ନାକର ସାହୁ, ଜିଲ୍ଲା ମିଡିଆ ସେଲ ଅଧ୍ୟକ୍ଷ ତଥା କଣିହାଁ ପ୍ରଭାରୀ ପର୍ଶୁରାମ ବାରିକ, ଜିଲ୍ଲା କୃଷକ ମୋର୍ଚ୍ଚା ଉପ ସଭାପତି ସୁଶାନ୍ତ ସାମଲ, ଜିଲ୍ଲା ସଂପାଦକ ପ୍ରଶାନ୍ତ ନନ୍ଦ, ଯଯାତୀ ପଟ୍ଟନାୟକ, ସୁମନ୍ତ ପ୍ରଧାନ, ଶ୍ରମିକ ନେତା ମନୋଜ ପ୍ରଧାନ ପ୍ରମୁଖ ବହୁ ସଂଖ୍ୟାରେ କାର୍ଯ୍ଯକର୍ତ୍ତା ଉପସ୍ଥିତ ଥିଲେ।