ବଜାରପଡ଼ା ୟୁନିକ୍ ୟୁଥ୍ କ୍ଲବ୍ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ ଓ ଗଣେଶ ପୂଜା ପ୍ରସ୍ତୁତି ବୈଠକ ଆୟୋଜିତ

You are currently viewing ବଜାରପଡ଼ା ୟୁନିକ୍ ୟୁଥ୍ କ୍ଲବ୍ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ ଓ ଗଣେଶ ପୂଜା ପ୍ରସ୍ତୁତି ବୈଠକ ଆୟୋଜିତ

ଅନୁଗୁଳ: ସ୍ଥାନୀୟ ବଜାରପଡ଼ା ସ୍ଥିତ ୟୁନିକ୍ ୟୁଥ୍ କ୍ଲବ୍ ଗଣେଶ ପୂଜା ମଣ୍ଡପ ପରିସରରେ କମିଟିର ବରିଷ୍ଠ ସଦସ୍ୟ ଅକ୍ଷୟ କୁମାର ଜେନାଙ୍କ ସଭାପତିତ୍ଵରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କୋଷାଧ୍ୟକ୍ଷ ଦୀପକ ସାହୁ ବିଗତ ବର୍ଷର ଆୟ ବ୍ୟୟ ହିସାବ ଉପସ୍ଥାପନ କରିଥିଲେ।

ଏ ଅବସରରେ ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ରିତେନ୍ଦ୍ର ସେନାପତି, ଉପସଭାପତି ଭାବେ ଦିବ୍ୟରଞ୍ଜନ ଜେନା ଓ ବିଶ୍ୱଜିତ୍ ମିତ୍ର, ସମ୍ପାଦକ ଭାବେ ରାହୁଲ ନନ୍ଦ, ସହ ସମ୍ପାଦକ ଭାବେ ଆଦିତ୍ୟ ଫୋଗଲା ଓ ହାଇଦର ଅଲ୍ଲୀ, କୋଷାଧ୍ୟକ୍ଷ ଭାବେ ଦୀପକ ସାହୁ, ସହ କୋଷାଧ୍ୟକ୍ଷ ଭାବେ ଗୌରବ ଅଗ୍ରୱାଲଙ୍କୁ ମନୋନୀତ କରାଯାଇଛି।

Share

Leave a Reply